Related Contents

ସାରାବୁଗୁଡା ଅଙ୍ଗନବାଡି କେନ୍ଦ୍ରରେ ମା ମାନଙ୍କ ସଚେତନ ବୈଠକ

ରିପୋର୍ଟ: ଗୋପୀନାଥ କଣ୍ଡାଗରୀ
କୋଲନରା (୧୯/୦୬): କୋଲନରା ବ୍ଲକ କୈଳାଶପୁର ପଞ୍ଚାୟତର ସାରାବୁଗୁଡା ଅଙ୍ଗନବାଡି କେନ୍ଦ୍ରରେ ଆଜି ଦିନ ଏକ ସଚେତନ ବୈଠକ ଅନୁଷ୍ଠିତ କରାଯାଇଥିଲା ।

ଏହି ବୈଠକରେ ଗାଁର ମା ମାନେ ଏବଂ ଜେଜେମା ମାନେ ଯୋଗଦେଇ ଥିଲେ | ଆଉ ଅଙ୍ଗନବାଡିକର୍ମୀ ସୂଲୋଚନା ପାତିକା ସଭା ପରିଚଳନା କରିଥିଲେ । ଏହି ବୈଠକରେ ଶିଶୁ ମାନଙ୍କ ଯତ୍ନ,ଶିଶୁ କୁ ଠିକ୍ ସମୟରେ କେନ୍ଦ୍ରକୁ ଛାଡିବା, ଶିଶୁକୁ ସର୍ବଦା ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା, ସଫାସୁତୁରା ରଖିବା, ଠିକ୍ ଭାବରେ ଠିକ୍ ସମୟରେ ଖାଦ୍ୟ ଖୁଆଇବା, ଖେଳ ଏବଂ ପିଲାର ଆଗ୍ରହ ପ୍ରତି ଧ୍ୟାନଦେବା, ପିଲାକୁ ନ ଡରାଇ ଆନନ୍ଦରେ ନାଚ ଗୀତରେ ପିଲାକୁ ସହଯୋଗ କରିବା ଇତ୍ୟାଦି ବିଷୟରେ ସଚେତନ କରିଥିଲେ | ସମସ୍ତ ମା ମାନଙ୍କୁ ଅଙ୍ଗନବାଡିକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।

Comments are closed.