ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୮/୦୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ଗ୍ରାମରେ କିଛି ଦିନ ହେବ ଡେଙ୍ଗୁଜ୍ୱର ରୋଗୀ ସଂଖ୍ୟା ବଢିବାର ଲାଗିଛି । ୨ ଜଣ ଙ୍କର ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି ।
ଏହିଭଳି ଡେଙ୍ଗୁ ମହାମାରୀ ଆତଙ୍କରେ ଶିକରପାଇ ଗ୍ରାମରେ ପ୍ରାୟ ୧ ହଜାର ଘର ରହିଥିବା ବେଳେ ପ୍ରାୟ ୫ ହଜାର ଲୋକ ବସବାସ କରନ୍ତି । ଗ୍ରାମ ର ହରିଜନ ସାହିରେ ପ୍ରାୟ ଏକ ସହ ଘର ରହିଥିବା ବେଳେ ଶତକଡା ୭୫% ଭାଗ ଘର ର ଲୋକମାନେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ଙ୍କ ମଧ୍ୟରୁ ଗତ ୫ ଦିନ ତଳେ ଏକ ନାବାଳିକା ନନ୍ଦିନୀ କନ୍ଧପାଣି (୧୨) ନାମକ ଝିଅ ମୃତ୍ୟୁ ହୋଇଥିବା ବେଳେ ଆଜି ଅର୍ଥାତ ୨୮ ତାରିଖ ଦିନ ବାବୁଲା ନେମାଲପୁରୀ ନାମକ ଯୁବକ (୩୦) ଡେଙ୍ଗୁ ଜ୍ଵରରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।
ଖବର ଅନୁସାରେ ହରିଜନ ସହି ନିକଟରେ ପଶୁ ଡାକ୍ତରଖାନା ସାମନା ଘର ର ଯୁବକ ଜଣେ ବୋଲି ଶୁଣିବାକୁ ମିଳିଛି । ସେ ଜଣେ ମିଷ୍ଠ ଭାଷୀ ଓ ମେଳାପୀ ପର ଉପକାରୀ ଯୁବକ ଥିଲେ । ତାଙ୍କୁ ୨ ଦିନ ତଳେ ସାମାନ୍ୟ ଜ୍ୱର ଆସିଥିଲା ସେଥିରେ ସେ ବିଚଳିତ ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହା ବିଦ୍ୟାଳୟ କୁ ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ବ୍ରହ୍ମପୁର ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରିଥିଲେ ।
ସେଠାରେ ଆଜି ସକାଳୁ ୧୧ ଟା ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ । ଶିକରପାଇ ଚତୁର୍ପାର୍ଶ୍ୱରେ ଆବର୍ଜନା ପୂର୍ଣ୍ଣ, ଝଡ଼ିଆ ସାହି ର ପୁତି ଗନ୍ଧମୟ ପରିତ୍ୟକ୍ତ ପୋଖରୀ, ବାପୁଜୀ ପାଠାଗାର ନିକଟରେ ପରିତ୍ୟକ୍ତ ଆବର୍ଜନା ପାଣି ଜମା ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ପୂର୍ଣ୍ଣଚନ୍ଦ୍ର ପଟେଲ, ଚମିୟା ଲହରା, ମନୋଜ କୁମାର ସେଠୀ, ପ୍ରଭାକର ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି ।
ଏହି ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏକ ପ୍ରତିନିଧି ଦଳ ସହ ପରିସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ମୁତୟନ କରି ପାଣି ଜମା ହେଇଥିବା ଜାଗାକୁ ସଫା କରାଇବା ଘର ବୁଲି ରକ୍ତ ନମୁନା ସଂଗ୍ରହ କରିବା ଆବଶ୍ୟକୀୟ ଚିକିତ୍ସା ଟିପସ ଦେବା ସହ ପ୍ରତିଷେଧକ ଔଷଧ ବିତରଣ କରାଯାଉଥିବା ଗୋଷ୍ଠୀ ମେଡିକାଲ ଅଧିକାରୀ ଚିନ୍ମୟ ଲିମା କହିଛନ୍ତି । ଆଉ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଡେଙ୍ଗୁ ରୋଗୀ ଚହ୍ନଟ ହେଇ ଚିକିତ୍ସିତ ହେଉଛନ୍ତି । ଆଉ ପ୍ରତେକ ଦିନ ନୂତନ ନମୁନା ସଂଗ୍ରହ କରି ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟ କୁ ପଠାଇ ଦିଆଯାଇଛି । ତା’ର ରିପୋର୍ଟ ଆସିଲେ ଜଣା ପଡିବ ବୋଲି କହିଛନ୍ତି ।
ଏ ନେଇ ଶିକରପାଇ ନୂତନ ପ୍ରାଥମିକ ଚିକିତ୍ସାଳୟ ର ଡାକ୍ତର ସତ୍ୟଜିତ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଶିକରପାଇ ରେ ଗତ ଜୁନ ୭ ତାରିଖ ଠାରୁ ଡେଙ୍ଗୁ ଚିହ୍ନଟ ହୋଇଥିଲା ଆମେ ଏଠାରେ ଟେମ୍ପରେଜର ଟେଷ୍ଟ କରୁଛୁ ଡେଙ୍ଗୁ ପାଇଁ ଦୁଇ ପ୍ରକାର ଏନ ଏସ ଆଇ, ସି ବି ସି ଏବଂ ମ୍ୟାଲେରିଆ ଏମ ପି ଆଇ ସିପି, ପିଡ଼ିକେ ଡେଙ୍ଗୁ ର ଲକ୍ଷଣ ଜଣାପଡିଲେ ରାୟଗଡା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ରେଫର କରୁଅଛୁ ଦୁଇ ଦିନ ମଧ୍ୟରେ ୪୫ ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ।