Related Contents

କ୍ରିକେଟ ବିଜେତା ଦଳକୁ ଛେଳି ଓ କୁକୁଡ଼ା ପୁରସ୍କାର ପ୍ରଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡ(୧୯/୦୬): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତ ଅନ୍ତର୍ଗତ ପଣସପୁଟ ଗ୍ରାମରେ କ୍ରିକେଟ ଟୁର୍ନାମେଣ୍ଟର ବିଜେତା ଦଳକୁ ଆୟୋଜକ ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ଛେଳି ଓ କୁକୁଡ଼ା ପୁରସ୍କାର ପ୍ରଦାନ କରିଥିବା ଦେଖିବାକୁ ମିଳିଛି |

ଗତ ପନ୍ଦର ଦିନ ଧରି ଦଣ୍ଡାବାଡ଼ ପଞ୍ଚାୟତ ସହ ଆଖପାଖ ଅଂଚଳର କ୍ରିକେଟ ଦଳ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଟୁର୍ନାମେଣ୍ଟର ଉଦଯାପନ ହୋଇଯାଇଛି | ଏଥିରେ ଦଣ୍ଡାବାଡି ଦଳ ସହ ବିରିଗୁଡା ଦଳର ଫାଇନାଲ ମୁକାବିଲାରେ ଦଣ୍ଡାବାଡି ଚମ୍ପିୟାନ ହୋଇ ଥିବା ବେଳେ ବିରିଗୁଡା ଦଳ ରନର୍ସ ଅପ ହୋଇଥିବା ଜଣାପଡିଛି | ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଥିତି ସ୍ଥାନୀୟ ନାଏବ ସରପଞ୍ଚ ମଦନ ଖରା ଯୋଗଦେଇ ଦଣ୍ଡାବାଡି ଦଳକୁ ଛେଳି ଓ କୁକୁଡ଼ା ପ୍ରଥମ ପୁରସ୍କାର ପ୍ରଦାନ କରିଥିବା ବେଳେ ବିରିଗୁଡା ଦଳକୁ କେବଳ ଛେଳି ପୁରସ୍କାର ରୂପେ ପ୍ରଦାନ କରିଥିଲେ | ପଣସପୁଟ ଗ୍ରାମର ସମସ୍ତ ଦର୍ଶକ ଏହି ଟୁର୍ନାମେଣ୍ଟର ମଜା ନେଇଥିବା ବେଳେ ଛେଳି ଓ କୁକୁଡ଼ା ପୁରସ୍କାର ବିଷୟକୁ ନେଇ ଏବେ ଉକ୍ତ ଅଂଚଳରେ ଚର୍ଚ୍ଚା ଚାଲିଛି |

Comments are closed.