Related Contents

ମୋବାଇଲ୍ ଟାଓ୍ବାର ଓ ପାନୀୟଜଳ ପାଇଁ କରଲାଘାଟି ବାସୀଙ୍କ ଦାବି

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡା (୧୯/୦୬): ରାୟଗଡା ଜ଼ିଲ୍ଲାର ଗୁଡାରି ବ୍ଲକର କରଲାଘାଟି ଅଂଚଳରେ ମୋବଇଲ ଟାୱାର ଓ ପାନୀୟ ଜଳ ପାଇଁ ଆଦିବାସି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ରାଜ୍ୟ ଯୋଜନା ବୋର୍ଡ ପରିଷଦ ସଦସ୍ୟ ସୁଧୀରଦାସ ଏବଂ ତାଙ୍କ ସମର୍ଥକ ମାନେ ମଙ୍ଗଳବାର ରାୟଗଡା ଜିଲ୍ଲା ଅତ୍ୟଧିକ ମାଓପ୍ରବଣ ଗୁଡାରୀ ବ୍ଲକ ପେନଣ୍ଡିଲି,ଏବଂ କର୍ଳାଘାଟି ପଞ୍ଚାୟତର ବିଭିନ୍ନଗ୍ରାମ ଅଞ୍ଚଳ ବୁଲିଥିଲେ ।

ଗାଁକୁ ଗାଁଯାଇ ଏରିଆର ସମସ୍ୟା ସମ୍ପର୍କରେ ଲୋକମାନଙ୍କୁ ପଚାରିଥିଲେ । ବିଶେଷ କରି ଗ୍ରାମଞ୍ଚଳରେ ଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ । ଦଶନ୍ଦି ଦଶନ୍ଦି ଧରି ମାଓ କବଳରେ ଥିବା ଜନସାଧାରଣ ରାସ୍ତାଘାଟ, ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଭଳି ଲାଗି ରହିଥିବା ସମସ୍ୟାଗୁଡିକ ମନ୍ତ୍ରୀ ଏବଂ ବିଧାୟକଙ୍କୁ ଜଣାଇଥିଲେ ଜନସାଧାରଣ । ଏବେକାର ମୁଖ୍ୟ ସମସ୍ୟା ହେଲା ମୋବାଇଲ୍ ଟାଓ୍ବାର୍ । ଯୁଆଡେ ଗଲେ ପାହାଡ,ଡଙ୍ଗର ଉପରକୁ ଚଢିକି ଫୋନ କରିବାକୁ ପଡୁଛି ବୋଲି ଲୋକମାନେ କହିଥିଲେ । ବାଇନା ଗୁଡା ପରେ ଗୁଡାରୀ,ବିଷମକଟକ,ଏବଂ ଚନ୍ଦ୍ରପୁରବ୍ଲକର ବୋର୍ଡର ଅଞ୍ଚଳକୁ ଜରୁରୀକାଳିନ ସମୟରେ ଫୋନ ଲାଗୁ ନ ଥିବା ଅଭିଯୋଗ କରିଥିଲେ । ଏପରିକି ପ୍ରତି ୧୦କିମି ବ୍ୟବଧାନରେ ମୋବାଇଲ ଟାଓ୍ବାର ବସାଇବାପାଇଁ ଦାବି କରିଥିଲେ ଏଠାକାର ଲୋକେ । ଏସବୁ ଅତି ଶିଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ମନ୍ତ୍ରୀ ଏବଂ ବିଧାୟକ । ଲୋକମାନେ ଆମକୁ ପାଞ୍ଚ ବର୍ଷପାଇଁ ଭୋଟଦେଇଛନ୍ତି । ଆମେ ଲୋକଙ୍କପାଇଁ ଲଢ଼ିବୁ ଏବଂ ସରକାରଙ୍କ ସବୁପ୍ରକାର ଯୋଜନା ଗୁଡିକ ଗାଁ କୁ ଗାଁ ପହଞ୍ଚାଇବୁ ଆଉ କିଛି ଭଲକାମ କରିବୁ ବୋଲି ନିଜ ପ୍ରତିକ୍ରିୟାରେ ଆଦିବାସି ମନ୍ତ୍ରୀ, ଗୁଣପୁର ବିଧାୟକ ଏବଂ ଯୋଜନା ବୋର୍ଡ ସଦସ୍ୟ କହିଛନ୍ତି ।

Comments are closed.