ରାସ୍ତା ଅବରୋଧ ନିୟମ ର ଖିଲାପ କରୁଛନ୍ତି ବିଭାଗୀୟ ମୁଖ୍ୟ

0
128
ରାସ୍ତା ଅବରୋଧ ନିୟମ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା(୨୯/୦୬) : ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟାଳୟ କୁ ପୌର ପରିଷଦ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ କାର୍ଯ୍ୟାଳୟକୁ ଆସି ରାସ୍ତା ଅବରୋଧ ନିୟମ ର ଖିଲାପ କରି ନିଜ କାରକୁ ମୁଖ୍ୟ ଗେଟରେ ରଖିଦେଇ ଯାତାୟାତ ଠପ କରିଦେବା ଦେଖାଯାଉଛି ।

ପ୍ରକାଶ ଯେ, ଚଳିତ ନିର୍ବାଚନରେ ମମତା ଦେବୀ ଜୈନ ବିଜେପି ଦଳ ରୁ ବିଜୟୀ ହୋଇ ପୌର ପରିଷଦ ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଏହି ପୌର ପରିଷଦ କାର୍ଯ୍ୟାଳୟ କୁ ଆସିଲେ ତାଙ୍କ ଦାମୀ କାର କୁ ମୁଖ୍ୟ ଗେଟରେ ଛିଡା କରେଇ ରଖିଥାନ୍ତି । ଯଦ୍ୱାରା ଅନ୍ୟ କର୍ମଚାରୀ ଙ୍କ ସହ ସାଧାରଣ ଲୋକେ ହଟହଟା ହେବା ସାର ହେଉଛି । ସେହିପରି ଦୀର୍ଘ ସମୟ ଧରି ପାର୍କିଂ ବ୍ୟବସ୍ଥା ନ ଥିବା ବେଳେ ଉକ୍ତ ଗାଡି ଛିଡା ରହୁଥିବା ନେଇ ଅସନ୍ତୋଷ ଦେଖା ଦେଇଛି । ଉପଯୁକ୍ତ ସ୍ଥାନରେ ନିଜ ଗାଡି ନ ରଖି ଏଭଳି ରାସ୍ତା ଅବରୋଧ ଆଇନ ଅନୁଯାୟୀ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି । ବଡ଼ ଲୋକ ଙ୍କୁ ଉତ୍ତର ନ ଥିବା ବେଳେ ନିଜେ ଏକ ଦାୟିତ୍ୱ ସମ୍ପନ୍ନ ପଦବୀରେ ରହି ଉକ୍ତ ନିୟମ ର ଖିଲାପ କେତେ ଯୁକ୍ତିଯୁକ୍ତ ?