ରଥ ନିର୍ମାଣ ଓ ରଥଯାତ୍ରା ପ୍ରସ୍ତୁତି ଅନୁଧ୍ୟାନ କଲେ ଜିଲ୍ଲାପାଳ

0
277
ରଥ ନିର୍ମାଣ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା.(୨୯/୦୬) : ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ଼ାରେ ବିଜେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ପ୍ରସ୍ତୁତି ଓ ରଥ ନିର୍ମାଣ କାର୍ଯ୍ୟକୁ ରାୟଗଡ ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେଵ ସିଂ ନିଜେ ମନ୍ଦିରକୁ ଗସ୍ତ କରି ଅନୁଧ୍ୟାନ କରିଛନ୍ତି l

ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସୋମନାଥ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକାରୀ, ଉପଜିଲ୍ଲାପାଳ ଭୀମସେନ ଶବର, ପୌରାଧ୍ୟକ୍ଷ ପି.ମହେଶ ପଟନlୟକ, ଉପନଗରପାଳ ଶୁଭ୍ରା ପଣ୍ଡା, ଟାଉନ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ତହସିଲଦାର ତାପସ କୁମାର ରାଉତ, ଅତିରିକ୍ତ ତହସିଲଦାର ସୁନୀଲ ଖରା, ପୌର ନିର୍ବାହୀ ଅଧିକାରୀ ୟାସ୍ସୀର ଅହମଦ, ମନ୍ଦିରର ରାଜ ପୁରୋହିତ ଓ ଅନ୍ୟାନ୍ୟ ସେବାୟତ ମାନେ ଉପସ୍ଥିତ ରହି ଚଳିତ ବର୍ଷ ରଥଯାତ୍ରା ଆୟୋଜନ ଓ ରଥ ନିର୍ମାଣ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ l

ଵିଶେଷ କରି ରଥଯାତ୍ରା ସମୟରେ ଚଳନ୍ତି ରଥ ଉପରକୁ ଭୋଗ ନଡ଼ିଆ ପିଙ୍ଗିବା ଉପରେ ବାରଣ କରାଯାଇଛି l ସେଥିପାଇଁ ପୌର ପରିଷଦ ତରଫରୁ ପ୍ରଚାର କରlଯିବ l ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନଙ୍କ ଗାଡି ପାର୍କିଂଗ ପାଇଁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ଚିହ୍ନଟ କରାଯାଇଛି l ଆମ୍ବୁଲାନ୍ସରେ ମୁଖ୍ୟ ଡାକ୍ତରଖାନା ପାଖକୁ ରୋଗୀଙ୍କୁ ନେବାଆଣିବା ଜିଲ୍ଲା ଟ୍ରେଜେରୀ ଅଫିସ ଦେଇ କରିବେ l ଏହି ରାସ୍ତା କୁ ତୁରନ୍ତ ସଫା କରିବା ପାଇଁ ପୌର ପରିଷଦକୁ କୁହାଯାଇଛି l

ରଥଯାତ୍ରାରେ ନିୟୋଜିତ ସେବାୟତ ଓ ତାଙ୍କ ପରିବାର ସମସ୍ତ ସଦସ୍ୟ ମାନେ ଆସନ୍ତାକାଲି ସୁଦ୍ଧା ବୁଷ୍ଟର ଡୋଜ ଟୀକା ନେବାପାଇଁ ଜିଲ୍ଲାପାଳ କହିଛନ୍ତି l ରଥଯାତ୍ରା ସମୟରେ ମହାପ୍ରସାଦ ବିକ୍ରୟ କରାଯିବ l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କମିଟି ର ସୁନୀଲ ଚନ୍ଦ୍ର ପଣ୍ଡା, ରଞ୍ଜନ କୁମାର ରଥ, ରାଜସ୍ୱ ପରିଚାଳକ ପି. ମାଳିକାର୍ଜୁନ, ରାଜସ୍ୱ ନିରୀକ୍ଷକ କେଶବ ସାହୁ ଓ ଆନ୍ୟନ୍ୟ ସେବାୟତ ମାନେ ଉପସ୍ଥିତ ଥିଲେ l