Related Contents

ମୁରିବାହାଲରେ ବ୍ଲକ ସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର
ମୁରିବାହାଲ (୧୯/୦୬): ମୁରିବାହାଲ ବ୍ଲକ ସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ ବ୍ଲକ ସଭାଗୃହଠାରେ ଆଲୋଚନା ହୋଇଥିଲା |ସ୍ଥାନୀୟ ତହସିଲଦାର ଅମୃତଲାଲ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଜିପିଓ ନୀଳକଣ୍ଠ କାଲସାଏ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ |

ଶ୍ରୀ ବେହେରା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କିପରି ରକ୍ଷା ପାଇବେ ସେ ବିଷୟରେ ବିସ୍ତାର ରୂପେ ଆଲୋଚନା କରିଥିଲେ | ଉଦାହରଣ ଦେଇ କହିଥିଲେ ଯେ ଜଣକୁ ସାପ କାମୁଡ଼ିଦେଲେ ଅଯଥା ଝଡାଫୁଙ୍କାରେ ସମୟ ନଷ୍ଟ ନ କରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବାପାଇଁ କହିଥିଲେ | ମୁଁ କହୁନାହିଁ ବିଶ୍ୱାସ କର ନାହିଁ ହେଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅ | ପାଣିପାଗ ସୂଚନା ହିସାବରେ ଜନସାଧାରଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ | କାରଣ ଟିଭି ରେଡ଼ିଓରେ ସତର୍କତାଵାଣୀ ଦଉଛି ଆମେ ସଚେତନ ହେବାର ଆବଶ୍ୟକତା ଅଛି | ଏହି କାର୍ଯ୍ୟକ୍ରମରେ ନିମାଇଁ ଚରଣ ବଘାର, ମୁଖ୍ୟ କିରାଣୀ ବୀରେନ୍ଦ୍ର କୁମାର ରାଏ, ଗଁରେଇ ସରପଞ୍ଚ ଗୁପ୍ତେଶ୍ୱର ସାହୁ, ବିଟାବନ୍ଧ ସରପଞ୍ଚ ଅଗସ୍ତି ବାଗ, ଅଙ୍ଗବାଡି କର୍ମୀ, ଅଗ୍ନିସମ ବିଭାଗର ଓଆଇସି ବିଭିଷଣ ଶବର, ଶ୍ରୀକୃଷ୍ଣ ରାଉତ, ସୋମ୍ୟରଞ୍ଜନ ଭୋଇ, ବିକ୍ରମ ନାଏକ, ଲକ୍ଷ୍ମୀକାନ୍ତ ବାଗ, ନରେନ୍ଦ୍ର ଶ୍ରୀଦର, ସୁଶୀଲ ଭୋଇ, ମଗଡ୍ରିଲ କାର୍ଯ୍ୟକ୍ରମରେ ଅଗ୍ନିସମ ବିଭାଗ ତରଫରୁ ସାଧାରଣ ଜନତାଙ୍କୁ ପ୍ରାକୃତିକ ବିପର୍ଯୟ କିମ୍ବା ଘରୋଇ ସମସ୍ୟାକୁ ନେଇ ସୃଷ୍ଟି ହେଉଥିବା ଭୟାଭୟ ଅଗ୍ନିକାଣ୍ଡରୁ କେମିତି ବଞ୍ଚାଯାଇପାରିବେ ପ୍ରତେକ୍ଷ ଭାବରେ ଜନସାଧାରଣଙ୍କୁ ଦେଖେଇଥିଲେ |

ଗ୍ୟାସ ସିଲିଣ୍ଡରରେ ନିଆ ଲାଗିଲେ କିପରି ରକ୍ଷା ପାଇବେ ସେମାନେ ତାଙ୍କର କୌଶଳ କରି ଦେଖେଇଥିଲେ | ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଲେ ଭୟଭୀତ ନ ହୋଇ କିପରି ଆୟତ କରିହେବ ସେହି କୌଶଳ ପ୍ରତ୍ୟକ୍ଷ ଦେଖେଇ ଥିଲେ | ଓଦା ବସ୍ତାକୁ ଗ୍ୟାସ ସିଲିଣ୍ଡରର ମୁହଁରେ ବନ୍ଦ କରିବେ କିମ୍ବା co2 ଗ୍ୟାସରେ କିପରି ବନ୍ଦ ହେବ କରି ଦେଖେଇଥିଲେ | ଏହି ମଗଡ୍ରିଲ କାର୍ଯ୍ୟକ୍ରମରେ ଜନସାଧାରଣ ଉପସ୍ଥିତ ଥାଇ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଦେଖିଥିଲେ |

Comments are closed.