Related Contents

କଲଭର୍ଟ ତିଆରିରେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ମନମୁଖୀ କାର୍ଯ୍ୟ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୧୯/୦୬): କଲଭର୍ଟ ତିଆରିରେ ମନ ଇଚ୍ଛା କାର୍ଯ୍ୟ କରିଛନ୍ତି ସରକାର । ଲମତାପୁଟ ବ୍ଲକର ଡାବୁଗୁଡା ପଞ୍ଚାୟତର ପାତ୍ରପୁଟ ଓ ମାଳିଛେଣ୍ଡା ଗ୍ରାମରେ ଏପରି କାର୍ଯ୍ୟ ଦେଖିବାକୁ ମିଳିଛି ।

ରାସ୍ତାରେ କଲଭର୍ଟ ତିଆରି କରି କଲଭର୍ଟର ଦୁଇ ପାର୍ଶ୍ଵରେ ମାଟି ପକାଇ ସମତଳ ନ କରିବାରୁ ଖାଲ ସୃଷ୍ଟି ହୋଇଛି | ଫଳରେ ଲୋକମାନେ ଯିବା ଆସିବା ଲାଗି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଚାଷ ଜମିର ଭିତରକୁ ଯାଇ ରାସ୍ତାପାରି ହେଉଛନ୍ତି | ଏଥିପାଇଁ ଜମିର ଚାଷ ନଷ୍ଟ ହେବାଯୋଗୁଁ ଜମି ମାଲିକ ଏହାର ବିରୋଧ କରିଛନ୍ତି । କଲଭର୍ଟ କାର୍ଯ୍ୟର ପାଞ୍ଚ ମାସ ବିତିଯାଇଥିଲେ ବି ବଭାଗିୟ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରି ଚାଲିଯାଇଥିବା ଜଣାପଡିଛି । ପଞ୍ଚାୟତ କିମ୍ବା ବ୍ଲକକୁ ଯିବା ଆସିବା ପାଇଁ ଲୋକ ପୁର୍ବରୁ ଧାଡ଼ି ଓ ଜାନିଗୁଡା ଗାଁ ଦେଇ ପାତ୍ରପୁଟ ଡଙ୍ଗା ଘାଟକୁ ଯାଉଥିଲେ । ସେଠାରୁ ବିପଦପୂର୍ଣ୍ଣ ଅବସ୍ଥାରେ ପାତ୍ରପୁଟ ଓ ମାଳିଗୁଡାକୁ ଯିବାକୁ ପଡ଼ୁଥିଲା | ବର୍ଷା ଦିନେ ରାସ୍ତା ଉପରକୁ ପାଣି ଚାଲିଆସୁଥିବାରୁ ଏହି ଦୁଇ ଗାଁ ବିଛିନ୍ନ ଶୋଇ ରହୁଥିଲା ଲୋକଙ୍କ ଦାବି ପରେ ବ୍ଲକ ପ୍ରଶାସନ ମନରେଗା ଯୋଜନାରେ ୨ଟି କଲଭର୍ଟ ତିଆରି କରିବାକୁ ୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । କାର୍ଯ୍ୟ ଆରମ୍ଭ ହେବାର ୫ ମାସରେ କଲଭର୍ଟ ତିଆରି ହୋଇଗଲା । ହେଲେ ଏହାର ଉଭୟ ପାଶ୍ୱର୍ରେ ମାଟି ପଡ଼ି ପାରିଲାନି । ସମସ୍ୟା ନେଇ ଡାବୁଗୁଡା ସରପଞ୍ଚ ପଦୁ ମୁଦୁଲିଙ୍କୁ ଜଣାଇବା ପରେ ସେ ଚଳିତ ମାସର ୧୩ରେ ଅଞ୍ଚଳ ବୁଲି ଦେଖିଥିଲେ । ପରେ ସରପଞ୍ଚ ବିଡ଼ିଓଙ୍କୁ ଜଣାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ସମସ୍ୟାକୁ ନେଇ ଲମତାପୁଟ ବିଡ଼ିଓ ଶ୍ରୀ ସୌମ୍ୟସାର୍ଥକ ମିଶ୍ରଙ୍କୁ ପଚାରିବାରୁ ସେ ଏ ବିଷୟରେ ଅବଗତ ନ ଥିବା ଓ କେହି ଅଭିଯୋଗ କରି ନ ଥିବା କଥା କହିଛନ୍ତି। ବର୍ଷା ଆରମ୍ଭ ହେଲେ ଅସୁବିଧା ଅଧିକ ହେବ ଦର୍ଶାଇ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇ ୨ଦିନ ମଧ୍ୟରେ ସମସ୍ୟା ର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

Comments are closed.