Thursday, March 28, 2024

Top 5 This Week

Related Posts

ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ପ୍ରଶାସନ ଓ ସେବାୟତ ମଧ୍ୟରେ ପ୍ରସ୍ତୁତି ଵୈଠକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୮/୬) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପବିତ୍ର ରଥଯାତ୍ରା ପାଳନ ନିମନ୍ତେ କଲ୍ୟାଣସିଂହପୁର ତହସିଲଦାର ସୁଧାକର ରଇତଙ୍କ ସଭାପତିତ୍ୱରେ ତହସିଲ କାର୍ଯ୍ୟାଳୟ ଠାରେ ପୃଥକ ପୃଥକ ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 06 28 at 8.50.05 PM ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ପ୍ରଶାସନ ଓ ସେବାୟତ ମଧ୍ୟରେ ପ୍ରସ୍ତୁତି ଵୈଠକ

ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ପ୍ରଥମେ ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷା ଏମ୍ବ୍ରିତା କ।ଡ୍ର।କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରଥଯାତ୍ରା ସମୟରେ ଭକ୍ତଙ୍କ ଭିଡ଼କୁ ଦେଖି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ କରିବା ପାଇଁ ନିବେଦନ କରିଥିଲେ ।

ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ପୋଲିସ ପ୍ରଶାସନକୁ କୁହାଯାଇଥିଲା । ଲୋକଙ୍କୁ ପାଣି ର ବ୍ୟବସ୍ଥା ଯୋଗାଇ ଦେବାକୁ କୁହାଯାଇଛି । ସେହିପରି ସ୍ୱାସ୍ଥ୍ୟ ସେବା ପାଇଁ ଭ୍ରାମ୍ୟମାନ ଡାକ୍ତରୀ ଦଳ ରହିବେ, ବଡ଼ଦାଣ୍ଡ ର ଉଭୟ ପାର୍ଶ୍ଵରେ ବିଲିଚିଙ୍ଗ ପାଉଡର ପକାଇବାର ବ୍ୟବସ୍ଥା କରିବା ପାଇଁ କୁହାଯାଇ ଥିଲା । ରଥ ନିକଟରେ ଦୋକାନୀଙ୍କୁ ଗୋଟିଏ ପାର୍ଶ୍ୱ କରିବା ପାଇଁ କୁହାଯାଇଛି । ଅଗ୍ନିଶମ ବିଭାଗକୁ ସର୍ବଦା ସତର୍କ ରହିବାକୁ କୁହାଯାଇଛି । ବିଭିନ୍ନ ସ୍ଥାନରେ ବିଜୁଳି ତାରକୁ ଉଠାଇ ରଥଯାତ୍ରା ବାଧା ସୃଷ୍ଟି ନହୁଏ ସେଥିପାଇଁ ଯତ୍ନବାନ ହେବାକୁ ବିଦ୍ୟୁତ ବିଭାଗ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବନ ବିଭାଗ, ରାଜସ୍ୱ ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ, ସ୍ୱାସ୍ତ୍ୟ, ଶିକ୍ଷା ବିଭାଗ ସହ ଅନ୍ୟ ବିଭାଗ ଉପସ୍ଥିତ ରହିଥିଲେ ।

ସେହିପରି କିଛି ସମୟ ପରେ ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ସୁଧାକର ରଇତଙ୍କ ସଭାପତିତ୍ୱରେ ମନ୍ଦିର ପରିଚାଳନା କରିଟି ଗୌଡ଼, କୁମ୍ଭାର, ବ୍ରାହ୍ମଣ, ପାଇକ ସେବାୟତଙ୍କ ସହ ଗୁଣ୍ଡିଚା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଠାକୁରଙ୍କ ପାଖରେ ଲାଗୁଥିବା ରୀତି ନୀତି ପୂଜା ବିଧି ଅନୁସାରେ କାର୍ଯ୍ୟ ତୁଲାଇବା ପାଇଁ ପ୍ରଶାସନ ଓ କମିଟି ପକ୍ଷରୁ ନିବେଦନ କରାଯାଇଥିଲା ଏଥିରେ ସମସ୍ତ ସେବାୟତ ରହି ଠାକୁରଙ୍କ କାର୍ଯ୍ୟ କୁ ତୁଲାଇବା ପାଇଁ କମିଟି ର ସଭାପତି ନରସିଂହ ପାଡି ନିଦେଦନ କରିଥିଲେ ।

Popular Articles