Related Contents

ସରକାରୀ ବାବୁ ସାଜିଛନ୍ତି ଠିକାଦାର

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି (୧୭/୬):- ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ କେତେଟା ନିପୁଣ ଭାବରେ ପାଳନ କରୁଛନ୍ତି ତାହା ବାବୁଙ୍କୁ ଜଣା ଯିଏ କି ଜଣେ ଠିକାଦାର ସାଜିଛନ୍ତି । ମାଲକାନଗିରି ଜିଲ୍ଲା କର୍ମ ନିୟୋଜନ ଅଫିସର (employment office)ର ଜଣେ ଅଧିକାରୀ ନିଜ ସରକାରୀ ଦଫ୍ତର କାମ ଛାଡ଼ି ଏବେ ଠିକାଦାରୀରେ ବ୍ୟସ୍ତ ହୋଇପଡିଛି ।

ସୂଚନା ମୁତାବକ ସରକାରୀ ବାବୁ ଜଣକ ହେଉଛନ୍ତି ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମପାୟତର ସରପଞ୍ଚ ଶ୍ରୀମତି ମମତା ମାଡ଼ିଙ୍କ ସ୍ୱାମୀ । ଗୌଡ଼ଗୁଡ଼ା ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ଅଭିଯୋଗ ଗୌଡ଼ଗୁଡ଼ା ଗ୍ରାମପଞ୍ଚାୟତରେ ହେଉଥିବା ବିକାଶ ମୁଳକ କାମ ଠିକ ଭାବରେ ହେଉନାହି । ଯାହା ଦ୍ୱାରା ପଞ୍ଚାୟତର ବିକାଶ ହୋଇପାରୁନାହିଁ । ନିଜ ସ୍ତ୍ରୀ ସରପଞ୍ଚ ଥିବାରୁ ପଞ୍ଚାୟତର ଅଧିକାଂଶ ବିକାଶ ମୁଳକ କାମ କରୁଛନ୍ତି ସରକାରୀ (ନିଜ ସ୍ୱାମୀ) ବାବୁ ତାହା ପୁଣି ଅତି ଖରାପ ଓ ନିମ୍ନ ମାନର । ଏମିତି ଏକ କାମ ଦେଖିବାକୁ ମିଳିଛି ଗୌଡ଼ଗୁଡ଼ା ପଞ୍ଚାୟତର କାଦବାହାଲ ନିକଟ କେନ୍ଦୁପତ୍ର ଗୋଦାମ ଠାରେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ସେଠାରେ ହେଉଥିବା ସି.ସି ରାସ୍ତାଟି ଗୌଡ଼ଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟକୁ ସିଧା ସଳଖ ସଂଯୋଗ କରୁଛି ସେହି ସ୍ଥାନୀୟ ଲୋକଙ୍କ ଅଭିଯୋଗ କିନ୍ତୁ କାମଟି ଅତି ଖରାପ ଓ ନିମ୍ନ ମାନରେ ତିଆରି ହେଉଛି ଯାହା ଦ୍ୱାରା ସେହି ଅଞ୍ଚଳର ଲୋକମାନେ ପରବର୍ତ୍ତୀ ସମୟରେ ରାସ୍ତାର କୁପରିଣତି ଭୋଗିବାକୁ ପଡିବ ।

Comments are closed.