ଗୁଣପୁର ଏଡିଜେ କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ପଣ୍ଡା

0
180
ଗୁଣପୁର ଏଡିଜେ କୋର୍ଟରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୨୯/୦୬) : ଗୁଣପୁର ଏଡିଜେ କୋର୍ଟରେ ହାଜର ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବ୍ରହ୍ମପୁର ଜେଲରୁ ଅଣାଯାଇ ଗୁଣପୁର ସବ୍ ଜର୍ଜ୍ ଏବଂ ଏଡିଜେ କୋର୍ଟ ରେ ହାଜର କରାଯାଇଥିଲା ।WhatsApp Image 2022 06 28 at 6.59.25 PM 1 ଗୁଣପୁର ଏଡିଜେ କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ପଣ୍ଡା

ଗୁଣପୁର ଏଡିଜେ କୋର୍ଟରେ ୫ଟି ମାମଲାରେ ବିଚାରଣା ପାଇଁ ରହିଥିଲା । ହେଲେ ସାକ୍ଷୀ ଆସିନଥିବାରୁ ମାମଲା ଗୁଡିକ ଉପରେ ଶୁଣାଣି ହୋଇପାରି ନଥିଲା । ସେହିଭଳି ସବ୍ ଜର୍ଜ୍ ଙ୍କ କୋର୍ଟ ରେ ୪ଟି ମାମଲ ରହିଥିଲା । ୨୭/୬/୨୦୨୨ ତାରିଖରେ ଗୋଟିଏ ମାମଲାରେ ଦୁଇ ଜଣ ସାକ୍ଷୀ ଆସିଥିବାରୁ ଶୁଣାଣି ହୋଇଥିଲା । ୨୦୦୨ ରେ ନାଇରା ଠାରେ ଦେବେନ୍ଦ୍ର ସାହୁଙ୍କ ଘର ବିସ୍ଫୋରଣ ମାମଲାରେ ଦୁଇ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ପରେ ସବ୍ୟସାଚୀ ପଣ୍ଡାଙ୍କୁ ଗୁଣୁପୁର ଜେଲ ହାଜତରେ ରଖାଯାଇଥିଲା ।

ଆଜି ଉଭୟ କୋର୍ଟରେ ସବ୍ୟସାଚୀଙ୍କ ନାମରେ ଥିବା ମାମଲା ଗୁଡିକ ଉପରେ ସାକ୍ଷ୍ୟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଆଜି ସାକ୍ଷୀମାନେ ଉପସ୍ଥିତ ନରହିବାରୁ ପୁଣି ଶୁଣାଣି ତାରିଖ ଜୁଲାଇ ୧୪ ଓ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।