Advertisements
Thursday, July 9, 2020
Home headline ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଓଲଟିଲା, ଦୁଇଜଣ ଆହତ

ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଓଲଟିଲା, ଦୁଇଜଣ ଆହତ

ରିପୋର୍ଟ: ଗୋପୀନାଥ କୋଂଡଗିରି
କୋଲନରା(୧୮/୦୬): କୋଲନରା ବ୍ଲକ ଅନ୍ତର୍ଗତ ଲିଙ୍ଗାଗୁଡା ଗ୍ରାମ ନିକଟସ୍ଥ ବୁଲାଣିରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦୁଇଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ପଦ୍ମପୁର ଗ୍ରାମର ଆମ୍ବୁଲାନ୍ସ (ଓଆର ୦୨ ବିଆର୍ ୬୦୯୦) ରାୟଗଡା ରେଲୱେ ଷ୍ଟେସନକୁ କିଛି ଯୁବକଙ୍କୁ ଛାଡିବାକୁ ଯାଇ ଫେରୁଥିବା ସମୟରେ ମୁକୁନ୍ଦପୁର ଗ୍ରାମ ନିକଟସ୍ଥ ଲିଙ୍ଗାଗୁଡା ଗ୍ରାମ ନିକଟ ବୁଲାଣିରେ ଗାଡିର ଷ୍ଟେରିଂ ଜାମ ହୋଇଯାଇଥିଲା ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିଥିଲା ।

ଫଳରେ ଗାଡ଼ିରେ ଥିବା ଡ୍ରାଇଭର ସଦାନନ୍ଦ ଶବର(୨୫) ଓ ଭଗବାନ ଶବର(୨୧) ସାମାନ୍ୟ ଆହତ ହୋଇଥିବା ବେଳେ ନରସିଂଗ ନାଥ ପଣ୍ଡା(୩୬),ବନ୍ଧୁ ଶବର(୨୦) ଅଳ୍ପକେ ବର୍ତି ଯାଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ମୁକୁନ୍ଦପୁର ଫାଣ୍ଡିର ଧିରୁ ମହାପାତ୍ର ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଝାରବନ୍ଧ ସରପଞ୍ଚ ପ୍ରଦାନ କଲେ କରୋନା ଯୋଦ୍ଧା ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ବିଶ୍ବ କରୋନା ପାଇଁ ଚିନ୍ତିତ ଅଛନ୍ତି । ଏ ପ୍ରସଙ୍ଗରେ ଓଡିଶା ସରକାର ଉଚିତ...

ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ରବିଶଙ୍କର ମହାପାତ୍ର //କୋରାପୁଟ ( ୯/୭): ଆଜି ମଧ୍ୟାହ୍ନରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଢାମଣାହାଣ୍ଡି ପଞ୍ଚାୟତର ଗାନ୍ଧୀନଗର ଗ୍ରାମର "ଗାନ୍ଧୀ ଆଦର୍ଶ...

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

Recent Comments

%d bloggers like this: