କଳାହାଣ୍ଡି ଜିଲ୍ଲାପାଳ ଭାବେ ଯୋଗ ଦେଲେ ପି.ଅନ୍ୱେଷା ରେଡ୍ଡୀ

0
158
କଳାହାଣ୍ଡି ଜିଲ୍ଲାପାଳ ଭାବେ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, ତା. (୨୭/୦୬) : କଳାହାଣ୍ଡି ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଆଇ.ଏ.ଏସ. ଦାୟୀତ୍ୱ ନେଇଛନ୍ତି । ଜିଲ୍ଲାରେ ପୂର୍ବରୁ ପାଞ୍ଚ ଜଣ ମହିଳା ଜିଲ୍ଲାପାଳ କାର୍ଯ୍ୟ କରିସାରିଥିବା ବେଳେ ଷଷ୍ଠ ମହିଳା ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଯୋଗ ଦେଇଛନ୍ତି ।

୨୦୧୭ ବେଚର ଆଇଏଏସ ଅଧିକାରିଣୀ ମୟୁରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ । କଳାହାଣ୍ଡିରେ ଦୀର୍ଘ ସମୟ ଧରି କାର୍ଯ୍ୟରତ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ବଦଳି ହେବା ପରେ ପି. ଅନ୍ୱେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଭାବେ ବଦଳି ହୋଇଥିଲେ । ଦାୟୀତ୍ୱ ଗ୍ରହଣ ପରେ ନୂତନ ଜିଲ୍ଲାପାଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ସରକାରୀ ଯୋଜନା ଗୁଡିକ କିପରି ତୃଣମୂଳ ସ୍ତରକୁ ପହଞ୍ଚି ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ସହିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଲକ୍ଷ୍ୟ ପଥରେ ଆଗେଇ ଚାଲିବା ପାଇଁ ବାର୍ତ୍ତା ଦେଇଛନ୍ତି ନୂତନ ଜିଲ୍ଲାପାଳ ।

ଗତ ୧୯୭୨ ମସିହାରେ ଚନ୍ଦ୍ରମଣି ନାରାୟଣ ସ୍ୱାମୀ ପ୍ରଥମ ମହିଳା ଜିଲ୍ଲାପାଳ ଭାବେ କଳାହାଣ୍ଡିରେ ଯୋଗ ଦେଇଥିବା ବେଳେ ୧୯୮୦ ରେ ମୀନା ଗୁପ୍ତା, ୧୯୯୬ ରେ ଜି. ସୁବର୍ଣ୍ଣାରାଣି ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ । ୨୦୦୯ ମସିହାରେ ରୂପା ମିଶ୍ର, ୨୦୧୫ ରେ ଡ. ବୃନ୍ଦା ଡି. ଯୋଗ ଦେଇଥିଲେ । ଷଷ୍ଠ ମହିଳା ଜିଲ୍ଲାପାଳ ଙ୍କ ଠାରୁ କଳାହାଣ୍ଡି ବାସୀ ଅନେକ ଆଶା ରଖିଥିବା ଜଣାପଡିଛି ।