Thursday, March 28, 2024

Top 5 This Week

Related Posts

କୋରାପୁଟ ଜିଲ୍ଲାପାଳ ଙ୍କ ଦ୍ୱାରା ଗ୍ରାମୋଦ୍ୟୋଗ ବିକାଶ ଯୋଜନା ତାଲିମ ଶିବିର ଉଦଘାଟିତ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୮/୬) : କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲାପାଳ ଅବ୍ଦୁଲ ଏମ୍ ଅଖତାରଙ୍କ ଦ୍ୱାରା ଗତକାଲି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ବ୍ଲକ ର ୬ଟି ସ୍ୱୟଂ ସହାୟକ ସମୁହକୁ ତେନ୍ତୁଳି ପ୍ରକ୍ରିୟା କରଣ ଯନ୍ତ୍ର ପ୍ରଦାନ କରାଯାଇଛି ।WhatsApp Image 2022 06 28 at 6.08.46 PM କୋରାପୁଟ ଜିଲ୍ଲାପାଳ ଙ୍କ ଦ୍ୱାରା ଗ୍ରାମୋଦ୍ୟୋଗ ବିକାଶ ଯୋଜନା ତାଲିମ ଶିବିର ଉଦଘାଟିତ

କେନ୍ଦ୍ର ସରକାରଙ୍କ ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅନ୍ତର୍ଗତ ୬ ଗୋଟି ତେନ୍ତୁଳି ପ୍ରକ୍ରିୟା କରଣ କମ୍ପ୍ରେସର ମସିନ୍ ଓ ଅନ୍ୟାନ୍ୟ ଉପକରଣ ମଧ୍ୟରୁ ବୋରିଗୁମ୍ମା ବ୍ଳକ ର ୨ଟି, ପଟ୍ଟାଙ୍ଗି ବ୍ଲକ ର ୨ଟି ଓ ନାରାୟଣ ପାଟଣା ବ୍ଲକ ର ୨ଟି ଲେଖାଏଁ ସ୍ୱୟଂ ସହାୟକ ଗୋଷ୍ଠୀକୁ କୋରାପୁଟ ଜିଲ୍ଲାପାଳ ଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଖଦି ଓ ଗ୍ରାମୋଦ୍ୟୋଗ କମିଶନ ଦ୍ୱାରା ଏହି ଉପକରଣ ଗୁଡିକ ପ୍ରଦାନ କରାଯାଇଛି । ଏଥିସହ କମିଶନ ଦ୍ୱାରା ଦକ୍ଷତା ବିକାଶ ତାଲିମ ମଧ୍ୟ ପ୍ରଦାନ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ, ଓରମାସ ର ଡେପୁଟି ସି .ଇ .ଓ ତଥା କର୍ମଚାରୀ ମାନେ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଏହି ଗ୍ରାମୋଦ୍ୟୋଗ ବିକାଶ ଯୋଜନାରେ ଗ୍ରାମୀଣ କାରିଗର ମାନଙ୍କୁ ଉପକରଣ ସହ ତାଲିମ ପ୍ରଦାନ କରାଯାଉଛି । ନବରଙ୍ଗପୁର, ଗଞ୍ଜାମ ଓ କେଉଁଝର ଜିଲ୍ଲାର ୮ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ଏହି ଯୋଜନା ଅନ୍ତର୍ଗତ ଉପକରଣ ବଣ୍ଟନ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।

Popular Articles