ଆନ୍ଧ୍ର ସରକାର ଙ୍କ ତରଫରୁ ୨ ଟି ବସ ସେବା ବିଶାଖା-ଗୁଣୁପୁର ଚାଲିବ

0
125
ଆନ୍ଧ୍ର ସରକାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୦୬) : ଏଣିକି ଆନ୍ଧ୍ର ପ୍ରଦେଶ ର ବିଶାଖାପାଟଣା ଯିବା ପାଇଁ ବହୁତ୍ ସୁବିଧା ସୃଷ୍ଟି କରିଛନ୍ତି ଆନ୍ଧ୍ର ସରକାର । ଆନ୍ଧ୍ର ସରକାରଙ୍କ ତରଫରୁ ୨ ଟି ବସ ସେବା ବିଶାଖା-ଗୁଣୁପୁର ଚାଲିବ ବୋଲି ଜଣା ପଡ଼ିଛି ।WhatsApp Image 2022 06 28 at 6.07.47 PM ଆନ୍ଧ୍ର ସରକାର ଙ୍କ ତରଫରୁ ୨ ଟି ବସ ସେବା ବିଶାଖା-ଗୁଣୁପୁର ଚାଲିବ

ପ୍ରାପ୍ତ ସୂଚନା ଅନୁଯାୟୀ ଆନ୍ଧ୍ର ସରକାର ଙ୍କ ତରଫରୁ ଆଜି ଠାରୁ ଗୁଣୁପୁର ରୁ ବିଶାଖାପାଟଣା ଯିବା ପାଇଁ ପ୍ରଥମ ବସ ସକାଳ ୫ ଟା ରେ ଗୁଣୁପୁର ଛାଡ଼ି ନରସନାପେତା ଦେଇ ବିଶାଖା ପହଞ୍ଚିବ । ଆଉ ଗୋଟିଏ ୬ ଟା ୪୫ ରେ ବାହାରି ହାଡ଼ୁଭାଙ୍ଗି ଦେଇ ବିଶାଖା ପହଞ୍ଚିବ । ସେପଟ ରୁ ୨.୪୫ ରେ ଗୋଟିଏ ଓ ୩.୪୫ ମି ରେ ଗୋଟେ ବସ ବିଶାଖା ରୁ ଫେରିବ । ବ୍ୟବସାୟ, ମେଡ଼ିକାଲ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏହା ସୁବିଧା ହେବ ବୋଲି ସାଧାରଣ ରେ ଆଲୋଚନା ହେଉଛି ।