Advertisements
Tuesday, June 2, 2020
Home Cultural & Festival କୁଲତା ଯୁବଶକ୍ତି ଗ୍ରୁପ ଦ୍ୱାରା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କୁଲତା ଯୁବଶକ୍ତି ଗ୍ରୁପ ଦ୍ୱାରା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗୀର (୧୭/୦୬): ଗତ ରବିବାର ଦିନ କୁଲତା ଯୁବଶକ୍ତି ଗ୍ରୁପ,ବଲାଙ୍ଗୀର ଜିଲ୍ଲାର ସହାୟତାରେ ଏକ କୁଲତା ଯୁବଶକ୍ତି ଗ୍ରୁପ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହାର୍ଡ଼ଟାଲ ସ୍ଥିତ ମା ରଣେଶ୍ୱର ରାମଚଣ୍ଡୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଭରତ ଭୋଇ, ସଭାପତି ବଲାଙ୍ଗୀର ଜିଲ୍ଲା କୁଲତା ସମାଜ ଯୋଗ ଦେଇ ଯୁବ ସମାଜ ହିଁ ଏହି ଯୁବ ଶକ୍ତି ଗ୍ରୁପ ମାଧ୍ୟମରେ ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେଇ ସୁଦୃଢ ସମାଜ ଗଠନ କରିପାରିବ ବୋଲି କହିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶ୍ରୀ ଗଜିନ୍ଦ୍ର ପଧାନ, ସମ୍ପାଦକ, ଓଡିଶା କୁଲତା ସମାଜ ଯୋଗଦାନ ଦେଇ ଯୁବଶକ୍ତି ସଂଗଠନର ମୂଳ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର କୁଲତା ସମାଜ ସଭାପତି ଶ୍ରୀ ସୁରଥ ପଧାନ, ସମ୍ପାଦକ ଶ୍ରୀ ଶାନ୍ତନୁ ପାତ୍ର ଓ ଉପଦେଷ୍ଟା ଶ୍ରୀ ଶଙ୍କର ପାତ୍ର ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ହରିଶ୍ଚନ୍ଦ୍ର ନାୟକ, କଳାହାଣ୍ଡି ଜିଲ୍ଲା ସଂଯୋଜକ ସନ୍ତୋଷ ପଧାନ, ବଲାଙ୍ଗୀର ଜିଲ୍ଲା ସଂଯୋଜିକା ରୋଜି ସ୍ମିତା ପଧାନ, ସୋନପୁର ଜିଲ୍ଲା ସଂଯୋଜିକା ମାମି ସାହୁ, ନୂଆପଡା ଜିଲ୍ଲା ସଂଯୋଜକ ସଚ୍ଚିଦାନନ୍ଦ ପଧାନ, ଝାରସୁଗୁଡା ଜିଲ୍ଲା ସଂଯୋଜକ ପ୍ରଦୀପ ପଧାନ, ବରଗଡ଼ ଜିଲ୍ଲା ସଂଯୋଜକ ସୁଶାନ୍ତ ସାହୁ, ସମ୍ବଲପୁର ଜିଲ୍ଲା ସଂଯୋଜକ ମହେନ୍ଦ୍ର ପଧାନ ପ୍ରମୁଖ ଯୋଗ ଦେଇଥିଲେ | ସୁଧୀର ପଧାନ ମଂଚ ପରିଚାଳନା କରିଥିଲେ ଓ ସେସର ସଂଯୋଗ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: