କରେଣ୍ଟ ସକ୍ ଲାଗି ବାଳିକା ଆହତ

0
192
କରେଣ୍ଟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୦୬) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ବିଶିରୀଙ୍ଗୀ ଗ୍ରାମ ରେ କରେଣ୍ଟ ସକ୍ ଲାଗି ଛାତ୍ରୀ ଆଘାତ ପାଇଥିବା ଜଣାପଡ଼ିଛି ।WhatsApp Image 2022 06 28 at 6.07.46 PM କରେଣ୍ଟ ସକ୍ ଲାଗି ବାଳିକା ଆହତ

ପ୍ରାପ୍ତ ସୂଚନା ଅନୁଯାୟୀ ବିଶିରୀଙ୍ଗି ଗ୍ରାମ ର ୬ ଷ୍ଟ ଶ୍ରେଣୀ ପାଠ ପଢୁଥିବା ୱାଙ୍କାଇଲୁ ମୋନିକା (୧୨) ଗାଁ ରେ ଥିବା କରେଣ୍ଟ ପୋଲ କୁ ଲାଗିଥିବା ଷ୍ଟେ ୱେର୍ ର ସଂସ୍ପର୍ଶରେ ଆସିଥିଲେ ଓ ସେହି ୱେର୍ ଲାଗି ଝିଅଟି ପଡିଯାଇଥିଲା । ତାକୁ ପାରଳାଖେମୁଣ୍ଡି ଡ଼ାକ୍ତର ଖାନା ରେ ଚିକିତ୍ସା କରାଯାଇଛି । ଗତକାଲି ସନ୍ଧ୍ୟା ୬ ଟାରେ ଏହି ଘଟଣା ଘଟିଛି ବୋଲି ଜଣାପଡ଼ିଛି । ବିଦ୍ୟୁତ୍ ବିଭାଗ ମେନ୍ ଦିପୋ ଠାରେ ବିପଦ ସଙ୍କୁଳ ଅବସ୍ଥାରେ ଖୋଲା ରଖିବାରୁ ଓ ପବନ ଦ୍ଵାରା ୱେର୍ ରେ ବିଦ୍ୟୁତ୍ ସଂଯୋଗ ହେବାରୁ ଏଭଳି ଅଘଟଣ ଘଟିଲା ବୋଲି ବିଶିରୀଙ୍ଗୀ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି ।