Related Contents

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୧୬/୦୬): ରାୟଗଡା ସହରରେ ଥିବା କସ୍ତୁରିନଗର ଅଞ୍ଚଳରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି | ମୃତ ଯୁବକଙ୍କ ନାମ ଏମ. ସୁରେଶ ହୋଇଥିବାବେଳେ ସେ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୨ର ଛାତ୍ର | ମୃତ ଯୁବକଙ୍କ ମୁଣ୍ଡ, ପେଟ ଓ ଗୋଡ଼ରେ ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ କେହି ସଂଘବଦ୍ଧ ଭାବେ ହତ୍ୟା କରିଥିବା ଆଶଙ୍କା କରାଯାଇଛି |

ରାୟଗଡା ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିବାବେଳେ ହତ୍ୟାକାଣ୍ଡକୁ ନେଇ କସ୍ତୁରୀ ନଗର ଅଂଚଳରେ ଉତ୍ତେଜନା ଲାଗିରହିଛି | ରାୟଗଡା ସହରର କସ୍ତୁରିନଗର ଅଂଚଳରେ ଏହି ହତ୍ୟାକାଣ୍ଡ ଘଟିଛି | ରକ୍ତଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ରାୟଗଡା ପୋଲିସ | ମୃତ ଯୁବକ ହେଲେ ଏମ.ସୁରେଶ (୨୦)ଗତକାଲି ରାତି ପ୍ରାୟ ୯ଟା ସମୟରେ ସୁରେଶ ଘରୁ ବାହାରି ପାଖ ପୂଜା ମଣ୍ଡପକୁ ଯାଇଥିଲେ | ପରେ ଆଉ ଘରକୁ ଫେରି ନଥିଲେ |

ଆଜି ସକାଳୁ କସ୍ତୁରିନଗରର ପ୍ରଥମ ଲାଇନନର ଏକ ଦୋକାନ ବାହାରେ ସୁରେଶଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା | ପରେ ସ୍ଥାନୀୟ ଲୋକ ପୋଲିସଙ୍କୁ ଖବର ଦେବାପରେ ପୋଲିସ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛି | ତେବେ କିଏ ଓ କେଉଁ କାରଣରୁ ସୁରେଶଙ୍କୁ ହତ୍ୟା କଲା ତାହା ଏଯାଏ ଜଣାପଡ଼ିନି | ସୁରେଶଙ୍କ ମୁଣ୍ଡ ପେଟ ଓ ଦୁଇ ଗୋଡ଼ରେ ମାଡ଼ ବାଜିଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି | ହତ୍ୟାକାଣ୍ଡର ଗୁରୁତ୍ୱକୁ ଅନୁଭବ କରି ରାୟଗଡା ଏସପି ଶ୍ରବଣl ବିବେକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ସୁରେଶଙ୍କ ମୋବଇଲ ଫୋନକୁ ଜବତ କରିଛି ପୋଲିସ | ସେହିପରି ମୃତଦେହ ପଡ଼ିଥିବା ସ୍ଥାନରେ ଦୁଇ ଦିଗରୁ ସିସିଟିଭି ଲାଗିଥିବା ବେଳେ ତାକୁ ମଧ୍ୟ ତନା ଘନା କରି ପୋଲିସ ଯାଞ୍ଚ କରୁଛି | ସୁରେଶଙ୍କୁ ସଙ୍ଘବଦ୍ଧ ଭାବେ ହତ୍ୟାକରୀଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି | ଖୁବଶୀଘ୍ର ହତ୍ୟାକାରୀଙ୍କ ପର୍ଦ୍ଦାଫାଶ କରାଯିବ ବୋଲି ରାୟଗଡା ଏସପି ସୂଚନା ଦେଇଛନ୍ତି | ପୂର୍ବରୁ କସ୍ତୁରିନଗର ଓ ବୁଦ୍ରlୱାଲ୍ସlର କିଛି ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା | ସେହିକଥାକୁ ନେଇ ହତ୍ୟାକଣ୍ଡ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି |

Comments are closed.