ଗୁଣ୍ଡିଚା ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
121
ଗୁଣ୍ଡିଚା ମନ୍ଦିରରେ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୮/୬) : ବୌଦ୍ଧ ର ପ୍ରସିଦ୍ଧ ରଥଯାତ୍ରାକୁ ଆଉମାତ୍ର ଦୁଇଦିନ ବାକିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ର ସମୀକ୍ଷା ଚାଲିଛି । ଗୁଣ୍ଡିଚା ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ପରିପ୍ରେକ୍ଷୀରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିରରେ ରହଣି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର ପ୍ରତନିଧି ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ଗୁଣ୍ଡିଚା ମନ୍ଦିରଠାରେ ଠାକୁରମାନଙ୍କ ଅବତାରୀ ବେଶରେ ଦର୍ଶନ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଜନ ପରିବେଷଣ ପାଇଁ ବୈଠକରେ ସ୍ଥିର କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ମଞ୍ଚ ସହିତ ସାଉଣ୍ଡ ଓ ଆଲୋକ ବ୍ୟବସ୍ଥା ଯୋଗାଇଦେବାକୁ ସ୍ଥିର କରାଯାଇଥିବା ବେଳେ ଅନୁଷ୍ଠାନମାନେ ନିଜସ୍ୱ ବାଦ୍ୟଯନ୍ତ୍ର ସହିତ ଉପସ୍ଥିତ ରହି ଭଜନ ପରିବେଷଣ କରିବାକୁ ବୈଠକରେ ସ୍ଥିର କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଉପସ୍ଥିତ ଥିବାବେଳେ ଗେହ୍ଲାମା କଳାନିକେତନ ର ସଭାପତି ଶଶାଙ୍କ ଶେଖର ମିଶ୍ର, ପ୍ରଣାମ ଅନୁଷ୍ଠାନ ପକ୍ଷରୁ ବସନ୍ତ କୁମାର ସାହୁ ଓ ବରିଷ୍ଠ ସାମ୍ବାଦିକ ଦେବାଶିଷ ପୁରୋହିତଙ୍କୁ କାର୍ଯ୍ୟକ୍ରମ ପରିଚାଳନାର ସମସ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସୂଚନା ମୁତାବକ ଗୁଣ୍ଡିଚା ମନ୍ଦିର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଗେହ୍ଲାମା କଳାନିକେତନ, ପ୍ରଣାମ, ରାମଲୀଳା ନାଟ୍ୟସଂସଦ, ସଙ୍ଗିତାୟନ, ବୌଦ୍ଧ ନାଗରିକ କମିଟି, ମଦନମୋହନ ନାଟ୍ୟକଳା ପରିଷଦ ପକ୍ଷରୁ ସହମତି ପ୍ରକାଶ କରାଯାଇଛି ।