Related Contents

ବିଦ୍ୟୁତ ତାର ଲାଗି ୧ମୃତ, ୫ଆହତ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର (୧୭/୦୬): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସାରକିମା ପଂଚାୟତରେ ଗତ ଦୁଇଦିନ ବିଜୁଳି ନ ଥିବାରୁ ଚନ୍ଦ୍ରପୁର ବିଜୁଳି ବିଭାଗର ଲେଡରମେନ ଦୁଇ ଜଣଙ୍କୁ ନେଇ ତାର ଟାଣୁଥିବା ସମୟରେ ହଠାତ ବିଜୁଳି ତାର ଆଘାତରେ ଜଣକର ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇପଡିଛନ୍ତି |

ଆହତ ମାନଙ୍କୁ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ରାୟଗଡା ମୁଖ୍ୟ କେନ୍ଦ୍ରକୁ ପଠାଯାଇଛି | ମୃତ ବ୍ୟକ୍ତି ଜଣକ ହେଲେ ଉପେଦ୍ର ବିଭାର (ବୟଷ୧୭)| ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି | ଘଟଣା ସ୍ଥଳରେ ଚନ୍ଦ୍ରପୁର ଆଇଆଇସି ପହଞ୍ଚି ଘଟଣାର ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଛନ୍ତି |

Comments are closed.