Thursday, March 28, 2024

Top 5 This Week

Related Posts

ନିର୍ବାଚନ ପରବର୍ତ୍ତୀ ହିଂସା : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଆହତ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୨୭/୬) : ବୌଦ୍ଧ ଜିଲ୍ଲାରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । କଣ୍ଟାମାଳ ବ୍ଲକ ରେଙ୍ଗାଲି ପଞ୍ଚାୟତ ତିଳେଇମାଲ ଗ୍ରାମରେ ଗତ ପଞ୍ଚାୟତ ନିର୍ବାଚନକୁ ନେଇ ସ୍କୁଲରେ ସରପଞ୍ଚଙ୍କ ଗୋଷ୍ଠୀ କିଛିଦିନ ପୁର୍ବେ ତାଲା ପକାଇବା ପରେ ଆଜି ଅପରାହ୍ନ ୪ ଟା ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ୬ ଜଣ ଆହତ ହୋଇଥିବା ଜଣାପଡିଛି ।WhatsApp Image 2022 06 28 at 11.50.34 AM 1 ନିର୍ବାଚନ ପରବର୍ତ୍ତୀ ହିଂସା : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଆହତ

ସୂଚନା ଅନୁସାରେ ନିର୍ବାଚନ ପରବର୍ତ୍ତୀ ହିଂସା ର କାରଣ ତିଲେଇମାଲ ଗ୍ରାମରେ ଗତ ପଞ୍ଚାୟତ ନିର୍ବାଚନରେ ଗ୍ରାମ ର ପ୍ରାର୍ଥୀଙ୍କୁ ସମର୍ଥନ ନ ଜଣାଇବାରୁ ସରପଞ୍ଚଙ୍କ ସ୍ୱାମୀ ପ୍ରମୋଦ ରଣା ଓ ତାଙ୍କର କେତେକ ସମର୍ଥକ କୁନି ରଣାଙ୍କ ପରିବାରକୁ ବିସ୍ଥାପିତ କରି ତାଙ୍କର ରୟତି ଜମିରେ ସ୍କୁଲ ନିର୍ମାଣ କରିବାକୁ ମସୁଧା ଚଳାଇ ଆଜି ଅପରାହ୍ନ ୪ ଟା ସମୟରେ ଗ୍ରାମର ପ୍ରମୋଦ ରଣା, ଗୟା ରଣା, ଆନନ୍ଦ ରଣା, ଉମେଶ ରଣା, ବଲ୍ଲଭ ରଣା, ପ୍ରେମାନନ୍ଦ ରଣା, ନରସିଂହ ରଣା, ପୁରନ୍ଦର ରଣା ଓ ବୀର ରଣା ମିଶି ମାଡ଼ ମାରିଥିବା କୁନି ଆଜି ରାତି ୮ ଟାରେ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

କୁନି ରଣାଙ୍କ ସ୍ଵାମୀ ଅଧି ରଣା, ପୁଅ ରାମ କୁମାର ରଣା, ଏକାମ୍ର ରଣା, କାହ୍ନୁ ରଣା ଏହି ଗଣ୍ଡଗୋଳରେ ଆହତ ହୋଇ କଣ୍ଟାମାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗ୍ରାମ ର ଅନ୍ୟ ଏକ ଯୁବକ ପ୍ରକାଶ ରଣାଙ୍କ ହାତ ଭାଙ୍ଗିଯାଇଥିବା ଏତଲାରେ ଦର୍ଶାଯାଇଛି । ବିପକ୍ଷ ଗୋଷ୍ଠୀ ପକ୍ଷରୁ ପ୍ରମୋଦ ରଣା ମଧ୍ୟ ଆହତ ହୋଇଥିବା ଅନ୍ୟ ଏକ ଅଭିଯୋଗ କଣ୍ଟାମାଳ ଥାନାରେ ହୋଇଥିବା ଜଣାପଡିଛି ।

ରେଙ୍ଗାଲି ପଞ୍ଚାୟତ ର ସରପଞ୍ଚଙ୍କ ସ୍ୱାମୀ ପ୍ରମୋଦ ରଣା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ପାଖ ଲୋକ ହୋଇଥିବାରୁ ପୁଲିସ ଉପରେ ଚାପ ପକାଇ ତଦନ୍ତକୁ ବାଟବଣା କରିବାର ଆଶଙ୍କା କରିଛନ୍ତି ଅଭିଯୋଗକାରୀ କୁନି ରଣା । ଏ ସମ୍ପର୍କରେ କଣ୍ଟାମାଳ ଡିଏସପି ତପସ୍ଵିନୀ କଅଁରଙ୍କୁ ପଚାରିବାରୁ ଉଭୟ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିବରୁ ୨ ଗୋଷ୍ଠୀଙ୍କ ବିରୁଦ୍ଧରେ ପୃଥକ ପୃଥକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ।

Popular Articles