ଜଙ୍ଗଲ ଓ ପରିବେଶ ସୁରକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

0
213
ଜଙ୍ଗଲ ଓ ପରିବେଶ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୬) : ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ସୁରକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରଦୀପ କୁମାର ଅମାତ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ର ଉଲୁଣ୍ଡା ବ୍ଲକରେ କାର୍ଯ୍ୟକାରୀ ବିଭିନ୍ନ କାର୍ଯ୍ୟ ର ପରିଦର୍ଶନ କରିବା ସହିତ ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ ।WhatsApp Image 2022 06 28 at 9.48.34 AM ଜଙ୍ଗଲ ଓ ପରିବେଶ ସୁରକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ମାନ୍ୟବର ଜଙ୍ଗଲ ଓ ପରିବେଶ ସୁରକ୍ଷା ମନ୍ତ୍ରୀ ଏହି ଗସ୍ତ କାର୍ଯ୍ୟକ୍ରମ ଅବସରରେ ଉଲୁଣ୍ଡା ବ୍ଲକ ସ୍ଥିତ ତେଲେଣ୍ଡା ରାମଚଣ୍ଡୀ ମନ୍ଦିର ଦର୍ଶନ କରିବା ସହିତ ନିମ୍ନା ପଞ୍ଚାୟତ, ୟୁପିସ୍କୁଲ ଏବଂ ବିଶିପଡା 5T ସ୍କୁଲ ପରିଦର୍ଶନ କରିଥିଲେ । ପରେ ଉଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ସଭା ଗୃହରେ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଯୋଗଦାନ କରି ଜିଲ୍ଲା ର ଜଙ୍ଗଳ ସୁରକ୍ଷା ଓ ବନୀକରଣ ଏବଂ ପଞ୍ଚାୟତ ର ପାଣ୍ଠି ର ସୁବିନିଯୋଗ କରିବା ଉପରେ ପରାମର୍ଶ ଦେଇଥିଲେ l ପଞ୍ଚାୟତ ସ୍ତରରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ସମସ୍ତ ଯୋଜନା ର ବ୍ୟବସ୍ଥିତ ଓ ସଫଳ କାର୍ଯ୍ୟକାରୀତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ବୈଠକରେ ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ଝସକେତନ ବଘାର, ଜୋନ -୧ ଜିଲ୍ଲା ପରିଷଦ ବିଜୟଲକ୍ଷ୍ମୀ ତରାଇ, ଉଲୁଣ୍ଡା ବିଡିଓ ହେମସାଗର ଭୋଇ, ଉଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସଂଜୀବ ଦେହେରି, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉଲୁଣ୍ଡା ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସମିତି ସଭ୍ୟା ବ୍ଲକରେ କାର୍ଯ୍ୟରତ ଥିବା ସମସ୍ତ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ଅପରାହ୍ନରେ ମାନ୍ୟବର ମନ୍ତ୍ରୀ ଜିଲାପାଳ ସୁବର୍ଣ୍ଣପୁର ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ l

ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଅମାତ ଜଙ୍ଗଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ l ସେହିପରି ପଞ୍ଚାୟତିରାଜ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଏମ ଜି ଏନ ଆର ଇ ଜି ଏସ, ରୁରାଲ ହାଉସିଂ, ଓଡିଶା ଜୀବିକା ମିଶନ, ଆମ ଗାଁ ଆମ ବିକାଶ, ମିଶନ ଶକ୍ତି ଗୃହ, ଏସ ସି ଏଫ ଓ ସି ଏଫ ସି, ତଥା ଗ୍ରାମିଣ ବିଦ୍ୟୁତ ପ୍ରଭୁତି ଯୋଜନାର କାର୍ଯ୍ୟକାରିତା ଉପରେ ଡି ଆର ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ ନିହାର ରଞ୍ଜନ କଁହର ବୈଠକରେ ଉପସ୍ଥାପନ କରିଥିଲେ l

ମାନ୍ୟବର ମନ୍ତ୍ରୀ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭାଗୀୟ ଯୋଜନା ଗୁଡିକୁ ତ୍ୱରାନ୍ୱିତ କରିବା ସହିତ ଓଡିଶା ଜୀବିକା ମିଶନ ର କାର୍ଯ୍ୟକାରିତା କୁ ଗୁରୁତ୍ୱାରୋପ ପୂର୍ବକ ଲୋକାଭିମୁଖୀ କରିବାକୁ ପରାମର୍ଶ ଦେଇଛନ୍ତି l ବୈଠକରେ ଜିଲ୍ଲା ବନ ଖଣ୍ଡ ଅଧିକାରୀ ନୀତିଶ କୁମାର, ଆର ଡବ୍ଲୁ ଏସ ଏସ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୁ ପ୍ରସାଦ ପଣ୍ଡା, ଏ ସି ଏଫ ପ୍ରଫୁଲ ଧରୁଆ, ସମସ୍ତ ବି ଡି ଓ, ସମସ୍ତ ତହସିଲଦାର, ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l