ଵୃରଲ ଲାଇଫ ଲଇଁ ଟ୍ରଷ୍ଟ ଦ୍ୱାରା ଅଲ୍ଟରନେକ୍ସଟ ଶିକ୍ଷା କାର୍ଯ୍ୟକ୍ରମ ଉଦଘାଟିତ

ରିପୋର୍ଟ:ଧ୍ରୁବରାଜ ମିଶ୍ର
ବିନିକା(୧୫/୦୬): ରୁରାଲ ଲାଇଫ ଲାଇନ ଟ୍ରଷ୍ଟ ଦ୍ୱାରା ଅଲଟର ନେକ୍ସଟ ଇନଷ୍ଟିଚ୍ୟୁଟ ହୋଟେଲ ଚନ୍ଦ୍ରମାଠାରେ ଏକ ସଭା ଉଦଘାଟିତ ହୋଇ ଯାଇଛି । ଏହି ଇନଷ୍ଟିଚ୍ୟୁଟ ଶିଖା ଇକୋ ଭିଲେଜ ଠାରେ କାର୍ଯ୍ୟକ୍ଷମ କରିବ ବୋଲି ଟ୍ରଷ୍ଟର ସଂସ୍ଥାପକ ଶିବାଜୀ ପଣ୍ଡା କହିଛନ୍ତି ।

ଅଲଟରନେକ୍ସଟ ଶିକ୍ଷା ଓ ସ୍ଥିରତାରେ ବିକଳ୍ପ ପ୍ରକଳ୍ପର ମାଧ୍ୟମରେ କାମ କରିବ। ବର୍ତ୍ତମାନ ସାଙ୍କେତିକ ଭାଷା, ଜୈବିକ ଖାଦ୍ୟ ଏବଂ ଚାଷ ପ୍ରଣାଳୀ ତଥା ଏକ ଅଭିନବ ଶିକ୍ଷା ପ୍ରଦାନ ଗବେଷଣାର କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି । ଏଠାରେ ସୌର ଶକ୍ତିକୁ ବିନିଯୋଗ କରି ବାଶିଙ୍ଗ ମେସିନ, ମାଟି ତିଆରି ଫ୍ରିଜ, ସୌର କୂଳର ଆଦି ଅନେକ ପ୍ରକାରର ରଚନାତ୍ମକ ଶିକ୍ଷା କେନ୍ଦ୍ରରେ ହେବ । ଏହି ରଚନାତ୍ମକ ଓ ଗୁଣାତ୍ମକ ଶିକ୍ଷାକୁ ଭାରତ ଭିତରେ ଓ ଭାରତ ବାହାରେ ଉପରି ସ୍ତରରେ କାମ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରତିଷ୍ଠାତା କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଶିକ୍ଷା ନିକେତନ ବ୍ରଜରାଜନଗର ପ୍ରିନ୍ସିପାଳ ପ୍ରହଲ୍ଲାଦ ନାୟକ, ପ୍ରଫେସର ଆର.ଆର ସିଂ, ମୁମ୍ବାଇରୁ କ୍ୟାପ୍ଟନ ଅଫଜ଼ଲ ଅମଦାନୀ, ଆନ୍ଧ୍ରପ୍ରଦେଶରୁ ଧର୍ମେନ୍ଦ୍ର ଭି, କ୍ଲିଣ୍ଟନ ଫୋଉଣ୍ଡସନର ନିକେତ ସାଗର, ଲଂକାଶୟର ୟୁନିଭେର୍ସିଟି ୟୁକେ ର ପ୍ରଫେସର ଲୀନ ଫୋର୍ଗେଟଉଲରିକ, ପ୍ରଫେସର ଉଲରିକ ଜେହସନ ପ୍ରମୁଖ ଅତିଥି ଉପସ୍ଥିତ ଥିଲେ ।

Comments are closed.