ଗୁଣପୁର ଓ ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା

0
136
ଗୁଣପୁର ଓ ପାରଳାଖେମୁଣ୍ଡି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୨୭/୦୬) : ତା-୨୭/୦୬/୨୦୨୨ ରିଖ ସୋମବାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରରେ ଗୁଣପୁର ଓ ପାରଳାଖେମୁଣ୍ଡି ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯଶାଳା ଉଦଘାଟନ ହୋଇଯାଇଛି ।WhatsApp Image 2022 06 27 at 9.23.31 PM ଗୁଣପୁର ଓ ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା

ଇତି ଅବସରରେ ଗୁଣପୁର ଓ ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟଶାଳାରେ ରାୟଗଡ଼ା ଜିଲ୍ଲା ପ୍ରମୁଖ ଶ୍ରୀ ଆନନ୍ଦ ପ୍ରସାଦ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଙ୍ଘ ଜିଲ୍ଲା କାର୍ଯ୍ୟବାହ ଶ୍ରୀ ଦିଲ୍ଲୀପ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।

ଏତତ ବ୍ୟତୀତ ଗୁଣପୁର ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତ ରହି ସ୍ୱାଗତ ଭାଷଣ ପ୍ରତିପାଦନ କରିଥିବା ବେଳେ ଅନୁଷ୍ଠାନ ସମ୍ପାଦକ ଶ୍ରୀ ସୋମନାଥ ଗୌଡ଼ ଓ ପାରଳାଖେମୁଣ୍ଡି ସଂକୁଳ ସଂଯୋଜକ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ ପଣ୍ଡା ଉପସ୍ଥିତ ଥିଲେ । ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ତଥା ଗୁଣପୁର ସଂକୁଳ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ଶ୍ରୀମତୀ ସଂଯୁକ୍ତା ନାୟକ ସଂଯୋଜନା କରିଥିଲେ । ଅନୁଷ୍ଠାନ ର ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଥିଲା ।

ଅନୁଷ୍ଠାନ ର ଉପ ସଭାପତି ଶ୍ରୀ ମୀନକେତନ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ପି. ଗୋବିନ୍ଦ ରାଓ ଓ ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଉକ୍ତ କାର୍ଯ୍ୟଶାଳା ମୁଖ୍ୟ ବକ୍ତା ଭାରତୀୟ ସ୍ୱାଧୀନତା ସଂଗ୍ରାମ ର ଇତିହାସ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟଶାଳାରେ ମୋଟ ୧୧୦ ଜଣ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଉପସ୍ଥିତ ଥିଲେ ଓ ଏହି କାର୍ଯ୍ୟଶାଳା ତିନି ଦିନ ଧରି ଚାଲୁ ରହିବ l