ଦିବ୍ୟାଙ୍ଗ ଜଳନ୍ଧରଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଯୋଗଦାନ

0
197
ଦିବ୍ୟାଙ୍ଗ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା/ନରୋତ୍ତମ ପାଢ଼ୀ
କଲ୍ୟାଣସିଂହପୁର, (୨୮/୬) : ରାୟଗଡା ଜିଲ୍ଲା ର ଅତି ଗର୍ବ ଓ ଗୌରବ ର ବିଷୟ ଯେ ଆମ ଜିଲ୍ଲାରୁ ଓଡ଼ିଶା ବିକଳାଙ୍ଗ ମଞ୍ଚ ତଥା ରାୟଗଡ଼ା ଭିନ୍ନକ୍ଷମ ମହାସଂଘ ର ସମ୍ପାଦକ ଦିବ୍ୟାଙ୍ଗ ଶ୍ରୀ ଜଳନ୍ଧର ବାଛେଲି ଏକ୍ସନ୍ ଏଡ୍ ସହାୟତାରେ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଦୁଇ ଦିନିଆ କର୍ମଶାଳାରେ ଯୋଗଦାନ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ସେ ମଧ୍ୟ ସକ୍ଷମ ଓ ଦିବ୍ୟାଙ୍ଗ ସେବା କେନ୍ଦ୍ର ର ଜିଲ୍ଲା ସ୍ତରୀୟ ଉପଦେଷ୍ଟା ଅଛନ୍ତି । ଦିବ୍ୟାଙ୍ଗ ଭତ୍ତା ୩୬୦୦ ଟଙ୍କାକୁ ବୃଦ୍ଧି କରିବା, ସରକାରୀ ଚାକିରୀ, ବିଧାନସଭା ଓ ପଞ୍ଚାୟତ ନିର୍ବାଚନରେ ଦିବ୍ୟାଙ୍ଗଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ, ନିଶ୍ଚିତ କର୍ମ ଯୋଗାଣ ଯୋଜନାରେ ଅଧିକ ୧୦୦ ଦିନ କାମ, ସମସ୍ତ ଦିବ୍ୟାଙ୍ଗଙ୍କୁ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଉପଯୁକ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା, ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ଖାଲିଥିବା ସମସ୍ତ ସରକାରୀ ଚାକିରୀକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା, ବାକି ଥିବା ସମସ୍ତ ୨୧ଟି ଜିଲ୍ଲାରେ ଡିଡିଆରସି କେନ୍ଦ୍ର ଖୋଲିବା ଇତ୍ୟାଦି ପ୍ରମୁଖ ଦାବି ଗୁଡ଼ିକ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡାଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା ।

ଉକ୍ତ ଦାବିଗୁଡିକ ଉପରେ ଜିଲ୍ଲାରେ ବିଶେଷ ଆଲୋଚନା କରି ନୂତନ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା ବିକଳାଙ୍ଗ ମଞ୍ଚ ତଥା ରାୟଗଡ଼ା ଭିନ୍ନକ୍ଷମ ମହାସଂଘ ର ସଭାପତି ଶ୍ରୀ ରାକେଶ ହିମିରିକା ମତବ୍ୟକ୍ତ କରିଛନ୍ତି ।