Related Contents

ଧର୍ମଗଡ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭୁତ ଶିଶୁ ଜନ୍ମ

ରିପୋର୍ଟ: ଯୁବରାଜ ଅଗ୍ରୱାଲ
ଧର୍ମଗଡ଼(୧୬/୦୬): କଳାହାଣ୍ଡି ଜିଲ୍ଲା ଧର୍ମଗଡ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏକ ଅଭୁତ ଶିଶୁର ଜନ୍ମ ହୋଇଥିବା ଦେଖିବାକୁ ମିଳିଛି |

ହାତୀପଖାନ ଗ୍ରାମର ତ୍ରିପାଳ ଖରସେଲ ଓ ଜୟନ୍ତୀ ଖରସେଲଙ୍କର ପ୍ରଥମ ଶିଶୁ ଅଭୁତ ଭାବରେ ଜନ୍ମ ନେଇଥିବା ଦେଖିବାକୁ ମିଳିଛି | ଶିଶୁର ଗୋଟିଏ ମୁଣ୍ଡ, ଦୁଇଟି ହାତ, ଦୁଇଟି ଆଖି ଓ ଦୁଇଟି କାନ ରହିଥିବା ବେଳେ ଗୋଡ କିନ୍ତୁ ଦୁଇଟି ଯୋଡି ହୋଇ ମତ୍ସ୍ୟ କନ୍ୟା ସ୍ୱରୂପ ରହିଥିବା ଦେଖିବାକୁ ମିଳିଛି | ଶନିବାର ରାତ୍ର ୩.୩୦ରେ ଜନ୍ମ ହୋଇଥିବା ବେଳେ ଧର୍ମଗଡ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରାଯାଇଥିଲା | ଜନ୍ମ ସମୟରେ ଶିଶୁର ଓଜନ ୦୩କେ.ଜି ରହିଥିବା ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସଂଜୀବ କୁମାର ନାଏକ ପ୍ରକାଶ କରିଛନ୍ତି |

Comments are closed.