ମୁନିଗୁଡା ବ୍ଲକ ଠାରେ ରାୟଗଡା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

0
148
ମୁନିଗୁଡା ବ୍ଲକ ଠାରେ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡା/ମୁନିଗୁଡା, (୨୭/୦୬) : ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ମୁନିଗୁଡା ବ୍ଲକ ଠାରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି ।WhatsApp Image 2022 06 27 at 8.40.55 PM ମୁନିଗୁଡା ବ୍ଲକ ଠାରେ ରାୟଗଡା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ମୁନିଗୁଡା ବ୍ଲକ ଠାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେଵ ସିଂହ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଉପଜିଲ୍ଲାପାଳ ଗୁଣପୁର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟ, ଗ୍ରାମୀୟ ଜଳଯୋଗାଣ ସହକାରୀଯନ୍ତ୍ରୀ, ପ୍ରକଳ୍ପ ପ୍ରଶାସକ, ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥା, ଗୁଣପୁର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡା, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିକ୍ଟରିଆ କୁଲ, ଅଧ୍ୟକ୍ଷା ପଞ୍ଚାୟତ ସମିତି ଦୁଃଖନୀ ନୁଣ୍ଡରୁକା, ବିଡ଼ିଓ ମୁନିଗୁଡା ଦିଲ୍ଲୀପ କୁମାର ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଦେବାଶିଷ ଗୌଡ଼, ତହସିଲଦାର ମୁନିଗୁଡା ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।

ଆଜି ମୋଟ ୯୫ ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା l ସେଥି ମଧ୍ୟରୁ ୬୦ ଟି ବ୍ୟକ୍ତିଗତ ହୋଇଥିବା ବେଳେ ୩୫ ଟି ସାମୁହିକ ଅଭିଯୋଗ ଆସିଥିଲା l ଏହି ଅବସରରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ୫୨ ଜଣକୁ ଦୁଇ ମାସ ର ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଛି l ଦୁଇ ଜଣକୁ ୩ ଚକିଆ ସାଇକେଲ, ଜଣକୁ ହୁଈଲ ଚେୟାର ପ୍ରଦାନ କରାଯାଇଛି l ସେହିପରି ମୁନିଗୁଡା ତହସିଲଦାରଙ୍କ ତରଫରୁ ୫୦ ଜଣକୁ ଜଙ୍ଗଲ ଜମି ପଟ୍ଟା ଓ ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ଜିଲ୍ଲାପାଳ ପ୍ରଦାନ କରିଥିଲେ l

ଜିଲ୍ଲାପାଳ ଶ୍ରୀମତି ଦେଵସିଂ ଏହାପରେ ମୁନିଗୁଡା ବ୍ଲକର ଓପେନ ଜିମ, କୁମୁଡ଼ାବାଲିର ଅମୃତ ସରବର, ଧୋବାଡ଼ିହର ଓଡ଼ିଶା ଜୀବିକା ମିଶନ ଅନ୍ତର୍ଗତ ନର୍ସରୀ, ତେଲେଙ୍ଗାପଦର ଗ୍ରା.ପ. ର 5T ଉଚ୍ଚ ବିଦ୍ୟାଳୟ, ବୋରିଖୋଲ ଗ୍ରା.ପ. ର ମୋଡେଲ ଚାନ୍ଦ, ମୁନିଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ଏହାପରେ ମୁନିଖୁଲ ଗ୍ରା.ପ. ଅନ୍ତର୍ଗତ ମୁର୍ଖାଵଣ୍ଡେଲ ଗ୍ରାମ ର ମାତୃ ଓ ଶିଶୁ ପୋଷଣ କେନ୍ଦ୍ର, ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଛେଳି ପାଳନ କେନ୍ଦ୍ର ବୁଲିଦେଖିଥିଲେ l ମାଁ ଗଜବାୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଓଟିଏଲପ ଦ୍ୱାରା ହଳଦୀ ଚୁନା କଳ ଓ ଚାଉଳ ଚୂନା କଳ ପ୍ରଦାନ କରିଥିଲେ l