ବିନା ସୂଚନା ଫଳକରେ ଚାଲିଛି ସରକାରୀ କାର୍ଯ୍ୟ,ଦେଖା ଦେଉଛି ଜନ ଅସନ୍ତୋଷ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
କଳାହାଣ୍ଡି(୧୫/୦୬): ଯେ କୌଣସି ଯୋଜନାର ସରକାରୀ କାର୍ଯ୍ୟ କରିବାକୁ ହେଲେ ନିୟମ ଅନୁଯାୟୀ ପ୍ରଥମେ ସାଧାରଣ ଲୋକଙ୍କ ଅବଗତ ନିମନ୍ତେ କାର୍ଯ୍ୟର ସମସ୍ତ ପ୍ରକାର ବିବରଣୀର ପ୍ରଥମେ ସୂଚନା ଫଳକ ଲଗାଇ ପରେ କାର୍ଯ୍ୟ ଆରମ୍ଭ କରା ଯାଇଥାଏ ।

ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚିଚିଆ ଗ୍ରାମରେ କିନ୍ତୁ ତାର ଓଲଟା ଦେଖିବାକୁ ମିଳିଛି । ବିନା ସୂଚନା ଫଳକରେ ସରକାରୀ କାର୍ଯ୍ୟକୁ କରା ଯାଉଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚିଚିଆ ଗ୍ରାମପଞ୍ଚାୟତ ରେ ମଝି ବନ୍ଧ ଖନନ ନିମନ୍ତେ ସିଏଫସି ଫଣ୍ଡରେ କାର୍ଯ୍ୟ ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଅବଗତ ନିମନ୍ତେ ସୂଚନା ଫଳକ ନ ଲଗାଇ କାର୍ଯ୍ୟ ମେସିନ ସାହାଯ୍ୟରେ ଆରମ୍ଭ ହୋଇଥିବା ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାକୁ ନେଇ ବିନା ସୂଚନା ଫଳକରେ କାର୍ଯ୍ୟ କରୁଥିବା ହେତୁ ଅଟକଳ ମୂଲ୍ୟ ହିସାବରେ କାର୍ଯ୍ୟ ନ କରି ସରକାରୀ ଅର୍ଥକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଳୋକେ ଅଭିଯୋଗ କରିଛନ୍ତି ।

Comments are closed.