ଅଗ୍ନିପଥ ଯୋଜନା ବିରୁଦ୍ଧରେ କଂଗ୍ରେସ ର ବିରୋଧ ପ୍ରଦର୍ଶନ

0
147
ଅଗ୍ନିପଥ ଯୋଜନା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡା, (୨୭/୦୬) : ଆଜି ୨୭/୬/୨୦୨୨ ଗୁଣପୁର ଠାରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୁଦ୍ଧରେ କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ର ଆୟୋଜନ କରାଯାଇଥିଲା ।WhatsApp Image 2022 06 27 at 7.55.43 PM 2 ଅଗ୍ନିପଥ ଯୋଜନା ବିରୁଦ୍ଧରେ କଂଗ୍ରେସ ର ବିରୋଧ ପ୍ରଦର୍ଶନ

ସେନା ବାହିନୀକୁ ସୁଦୃଢ କରି ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ କୁ ବଜାୟ ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନା ଉତ୍ସର୍ଗୀକୃତ । ଏହି ଯୋଜନା ମାଧ୍ୟମରେ ବେକାର ଯୁବକ ଯୁବତୀ ମାନଙ୍କୁ ସେନାବାହିନୀରେ ସାମିଲ କରି ତାଲିମ ପ୍ରଦାନ ସହ ଥଇଥାନ ଓ ଉଚ୍ଚ ପାରିଶ୍ରମିକ ଦେବାର ବ୍ୟବସ୍ଥା ରହିଛି । ତେବେ ଏଥିରେ ଥିବା କିଛି ଵିଧି ବ୍ୟବସ୍ଥାକୁ ବିରୋଧ କରିଛି କଂଗ୍ରେସ । ତେଣୁ ତୁରନ୍ତ “ଅଗ୍ନିପଥ” ଯୋଜନାକୁ ବାତିଲ କରିବା ଦାବିରେ ଗୁଣପୁର କଂଗ୍ରେସ ର ବରିଷ୍ଠ ନେତା ବିଜୟ ଗମାଙ୍ଗଙ୍କ ନେତୃତ୍ୱରେ ଗୁଣପୁର ବାଇପାସ୍ ଛକ ଠାରୁ ଶହଶହ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରଵି ଶଙ୍କର ଗମାଙ୍ଗ, ରାମନାଗୁଡା ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର ଯୋଗଦେଇ ଏହି ଯୋଜନା ଦ୍ଵାରା ଯୁବ ପିଢିଙ୍କ ଭବିଷ୍ୟତ ନଷ୍ଟ ହେଵାସହ ତାଲିମ ପ୍ରାପ୍ତ ବେକାରୀ ବୃଦ୍ଧି ପାଇବ ବୋଲି ମତ ଵ୍ୟକ୍ତ କରିଥିଲେ ।