କଟକ ଯାଇ ଫେରି ନାହାନ୍ତି ଆଦିତ୍ୟ ମାଝୀ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୫/୦୬): କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳର ଜଣେ ଯୁବକ ଗତ ୧୧.୦୬.୨୦୧୯ତାରିଖ ଦିନ କୌଣସି ଏକ କାର୍ଯ୍ୟରେ କଟକ ଯାଇ ନିଖୋଜ ହୋଇଥିବା ତାଙ୍କର ଭଉଣୀ ବୈପାରୀଗୁଡା ଥାନାରେ ଏକ ଏତଲା ଦେଇଥିବା ଜଣାପଡିଛି |

ନିଖୋଜ ଯୁବକ ହେଲେ ବୈପାରୀଗୁଡାର କାଠମିଲସାହିର ୱାର୍ଡ ନମ୍ବର ୨ର ଘନଶ୍ୟାମ ମାଝୀଙ୍କ ପୁଅ ଆଦିକାନ୍ତ ମାଝୀ, ଆଦିତ୍ୟଙ୍କ ସ୍ତ୍ରୀ ନବୀନା ମାଝୀ ଓ ତାଙ୍କର ପୁଅ ଝିଅ ମଧ୍ୟ ଅଛନ୍ତି | ଆଦିତ୍ୟ ନିଖୋଜ ଘଟଣାକୁ ନେଇ ବୈପାରୀଗୁଡା ଥାନାରେ ତାଙ୍କ ଭଉଣୀ ଅନିତା ମାଝୀ ଏତଲା ଦେଇ ଥିବା ଜଣାପଡିଛି |

Comments are closed.