Related Contents

ଗୁଳୁଗୁଳି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ(୧୫/୦୬): ମୁରିବାହାଲ ଓ ଆଖପାଖ ଅଂଚଳରେ କିଛି ଦିନ ହେଲା ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି | ଦିନ ବେଳା ଓ ରାତି ବେଳା ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି |

ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମୁରିବାହାଲ ବ୍ଲକ ଓ ଗ୍ରାମାଞ୍ଚଳରେ ସାମାନ୍ୟ ପବନ କି ବର୍ଷା ହେଲେ ଅଘୋଷିତ ବିଦ୍ୟୁତ କଟା ଓ ଲୋ ଭୋଲ୍ଟେଜ ସମସ୍ୟା ଲାଗିରହିଛି | ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଦ୍ୟୁତ ସମସ୍ୟା ଜନସାଧାରଣଙ୍କ କଷ୍ଟ ଦ୍ବିଗୁଣିତ କରିଦେଇଛି | ତାପମାତ୍ରା ବୃଦ୍ଧି ଯୋଗୁଁ ବର୍ତ୍ତମାନ ଓ ପଶୁପକ୍ଷୀ ପାଣି ଟିକକ ପାଇଁ ଡହଳ ବିକଳ ହେଉଛନ୍ତି | ତାପମାତ୍ରା ରୁ ରକ୍ଷା ପାଇବା ପାଇଁ ବନ ବିଭାଗ ତରଫରୁ ଗ୍ରାମାଞ୍ଚଳ ବନୀକରଣ କରାଯିବା ସହିତ ପାରମ୍ପରିକ ଜଳଉତ୍ସର ପୁନରୁଦ୍ଧାର ଆବଶ୍ୟକ ରହିଛି ବୋଲି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି |

Comments are closed.