ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଅନୁଷ୍ଠିତ

0
151
ଯୁଗ୍ମ ଜନ ଅଭିଯୋଗ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୭/୦୬) : ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 06 27 at 7.55.06 PM 2 ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଅନୁଷ୍ଠିତ

ଏହି ଯୁଗ୍ମ ଜନ ଅଭିଯୋଗ ଶିବିରରେ ସମୁଦାୟ ୪୭ ଗୋଟି ଆପତ୍ତି ଅଭିଯୋଗ ଆସିଥିବା ମଧ୍ୟରେ ସେଥି ମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ ମାମଲା ହୋଇଥିବା ବେଳେ ୨ ଗୋଟି ବିଭିନ୍ନ ଗ୍ରାମ ର ସାମୁହିକ ମାମଲା ଆସିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୨୦ ଗୋଟି ଅଭିଯୋଗକୁ ତଥକାଳ ଫଇସଲା କରାଯାଇଥିବା ବେଳେ ୭ ଗୋଟି ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରାଯାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୫,୦୦୦ ହଜାର ଟଙ୍କା ର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ।

ଏହି ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସନତ କୁମାର ନାଏକ, ବିଡ଼ିଓ ସ୍ମିତା ରଥ, ତହସିଲଦାର ଶମ୍ଭୁ ମିଶ୍ର, ଅତିରିକ୍ତ ତହସିଲଦାର ହରିଓ଼ମ ଭୋଇ, ସିଡିପିଓ ନିରୁପମା ପାଣି, ଟିଆରଓ ମହାପାତ୍ର କୁଲଦୀପ ମହାନ୍ତି, ଭିସିପିଓ ରାହୁଲ ପ୍ରଧାନ, ଜିଲ୍ଲା ସାମ୍ବାଦିକ ସୁରକ୍ଷା ଅଧିକାରୀ ସୁଦ୍ଧାଂଶୁ ଶେଖର ପୂଝାରୀ, ପିଡିୱାଟରସେଡ ପ୍ରଦୀପ୍ତ କୁମାର ମହାନ୍ତି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ l

ଶିବିରକୁ ଜିଲ୍ଲା ଜରୂରୀକାଳୀନ ଅଧିକାରୀ ଅବନୀକାନ୍ତ ସାହୁ, ସରପଞ୍ଚ ଶକୁନ୍ତଳା ବେହେରା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ କାଲୀନ ବିଭାଗର ଶିବା କୁମାର ଦଳବେହେରା, ସୁନୀଲ ବେହେରା ଓ ଦିବ୍ୟ ସିଂହ ମଲ୍ଲିକଙ୍କ ସମେତ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l