Related Contents

ଅଧପନ୍ତରିଆ ଅବସ୍ଥାରେ ରାୟଗଡ଼ ଭୁବନେଶ୍ୱର ମୁଖ୍ୟ ରାସ୍ତା ମୁକୁନ୍ଦପୁର ଘାଟି, ପ୍ରସାଶନ କି ରାଜନେତାଙ୍କ ଦୃଷ୍ଟି ନାହିଁ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡ଼(୧୩/୦୬): ରାୟଗଡା ଜିଲ୍ଲା ଅନ୍ତର୍ଗତ ମକୁନ୍ଦପୁର ଘାଟି ରାସ୍ତା କାମ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ଶହ ଶହ ଯାନ ବାହାନ ଏହି ରାସ୍ତାଦେଇ ଯିବା ଆସିବା କରୁଥିବା ବେଳେ ଉକ୍ତ ରାସ୍ତା ପ୍ରତି ପ୍ରଶାସନର ଏଥି ପ୍ରତି ନିଘା ନାହିଁ ।

ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟି ରହୁଥିବା ବେଳେ ଆଜି (ଗୁରୁବାର ଦିନ) ଏକ ଅଭାବନୀୟ ଘଟଣା ଦୃଷ୍ଟି ଆକର୍ଷଣ ହେଇଛି। ଗୋଟିଏ ମାଲ ଵୋଝେଇ ଗାଡ଼ି ରାସ୍ତା ମଝିରେ କୌଣସି କାରଣରୁ ଅଟକି ଯାଇଥିବାବେଳେ ରାସ୍ତା ଅବରୋଧ ଯୋଗୁଁ ଗୋଟିଏ ଆମ୍ବୁଲାନ୍ସ ଏବଂ ଗୋଟିଏ ସ୍ୱର୍ଗରଥ ପ୍ରାୟ ୩ଘଣ୍ଟା ଧରି ଅଟକି ରହିଥିବା ଜଣାପଡ଼ିଛି । ତା ସହିତ ପ୍ରାୟ ୪୦ରୁ ଉର୍ଦ୍ଧ ଛୋଟ ବଡ ଗାଡି ମୋଟର ସାଇକେଲ ମଧ୍ୟ ଅଟକି ରହିଥିଲା । ବର୍ଷ ବର୍ଷ ଧରି ମାତ୍ର ଆଠ କିଲୋମିଟର ରାସ୍ତା ନିର୍ମାଣ ହୋଇପାରୁ ନାହିଁ ଏହା ଅତୀ ଲଜ୍ଜା ଜନକ ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବଡ ବଡ ରାଜନେତା, ମନ୍ତ୍ରୀ ମାନେ ଜିଲ୍ଲା ସଦର ମହକୁମାରେ ରହୁଥିବା ବେଳେ କଣ ପାଇଁ କାମ ହୋଇ ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯାଥ ଶୀଘ୍ର କାର୍ଯ୍ୟ ଶେଷ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଦାବୀ ହେଉଛି ।

Comments are closed.