ଅନ୍ତର୍ଜାତୀୟ ଯୋଗ ଦିବସ ଉଦଯାପିତ

0
84
ଅନ୍ତର୍ଜାତୀୟ ଯୋଗ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୭/୬) : ଅନ୍ତର୍ଜାତୀୟ ଯୋଗ ଦିବସ ତା.୨୧/୬/୨୦୨୨ ରିଖ ଠାରୁ ତା. ୨୭/୬/୨୦୨୨ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଦିବ୍ୟ ଜୀବନ ସଂଘ ଓ ଯୋଗ ବୁଦ୍ଧମ ର ମିଳିତ ଆନୁକୁଲ୍ୟରେ ଏକ ଯୋଗ ଶିବିର ବୌଦ୍ଧ ଠାରେ ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 06 27 at 7.55.05 PM ଅନ୍ତର୍ଜାତୀୟ ଯୋଗ ଦିବସ ଉଦଯାପିତ

ଅନ୍ତର୍ଜାତୀୟ ଯୋଗ ଦିବସ ଉଦଘାଟନୀ ଉତ୍ସବରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିର ର ଶୁଭ ଉଦଘାଟନ କରିଥିଲେ l ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗରେ ଅଂଶ ଗ୍ରହଣ କରିଥିବା ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ l

ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ବିକାଶ ମାହାର ଓ ସହ ପ୍ରଶିକ୍ଷକ ସୁଶ୍ରୀ ଅନିମା ପଟ୍ଟନାୟକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଏବଂ ସହ ପ୍ରଶିକ୍ଷକ ଭାବେ ମନରଞ୍ଜନ ମହାପାତ୍ର ଓ ସୁବାସ ଭୋଇ ସହଯୋଗ କରିଥିଲେ l ଏହି ଶିବିରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ୨୦୦ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l