ଅନେକ ଦିନରୁ ଜମି ଲିଜ ପଟ୍ଟା ପାଇବା ସତ୍ତ୍ୱେ ଜମି ଦଖଲ ନହେବାରୁ ତହସିଲ କାର୍ଯ୍ୟାଳୟ ଘେରାଉ

0
128
ଅନେକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୬) : ବାସହୀନଙ୍କୁ ଜମି ଯୋଗାଇ ଦେବା ପାଇଁ ସରକାର ଙ୍କ ଅନେକ ଯୋଜନା କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରାମପୁର ତହସିଲ ଅଞ୍ଚଳରେ ଅନେକ ଆଦିବାସୀ ହରିଜନ ଓ ଗରିବଗୁରୁବାଙ୍କୁ ଜମି ଲିଜ ସୂତ୍ରରେ ପ୍ରଦାନ କରାଯାଇଥିଲା ।WhatsApp Image 2022 06 27 at 7.54.42 PM 1 ଅନେକ ଦିନରୁ ଜମି ଲିଜ ପଟ୍ଟା ପାଇବା ସତ୍ତ୍ୱେ ଜମି ଦଖଲ ନହେବାରୁ ତହସିଲ କାର୍ଯ୍ୟାଳୟ ଘେରାଉ

ହେଲେ ସେମାନେ ଅନେକ ଦିନରୁ ପାଇଥିବା ପଟ୍ଟାରେ ଜମି ର ଖାତା ନଂ ମୌଜା ଇତ୍ୟାଦି ଦର୍ଶାଯାଇଥିଲେ ମଧ୍ୟ ସେମାନଙ୍କୁ ଉକ୍ତ ଜମି ସବୁ ହସ୍ତାନ୍ତର ହୋଇପାରି ନାହିଁ । ସେ ସବୁ ଜମି ଅଦ୍ୟାବଧି ଜମି ମାଫିଆ ମାନଙ୍କର କବଜାରେ ରହି ସେମାନେ ଭୋଗଦଖଲ କରିଆସୁଛନ୍ତି ତଥା ସେ ସବୁ ଚାଷ ଜମି ର ଉତ୍ପାଦିତ ଶସ୍ୟ ଅମଳ କରି ସରକାରଙ୍କୁ ମଧ୍ୟ ମଣ୍ଡିରେ ବିକ୍ରି କରୁଛନ୍ତି ।

ଯେହେତୁ ପଟ୍ଟା ପାଇଥିବା ହିତାଧିକାରୀ ଇତି ମଧ୍ୟରେ କ୍ରମାଗତ ଭାବରେ ତହସିଲଦାର, ଉପଜିଲ୍ଲାପାଳ ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କିଛି ସୁଫଳ ପାଉନଥିବା କାରଣରୁ ଆଜି “ଜିଲ୍ଲା ଗରିବ ଭୂମିହୀନ, ଜମିହୀନ ମହାସଂଘ” ନାମରେ ବିଶିଷ୍ଟ ଯୁବନେତା ତଥା ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ ଙ୍କ ନେତୃତ୍ୱରେ ରାମପୁର ତହସିଲ ର ଗଜବନ୍ଧ, ବଡକର୍ଲେ, ଅନ୍ଧାରି ବାଞ୍ଜି, ଭିମଟିକ୍ରା, ପଣ୍ଡରାପାଲି ପ୍ରଭୃତି ଗ୍ରାମ ର ଧନେଶ୍ୱର ବେହେରା, ଗୁଲାରଣା, ସାଧିଆ ପୋଢ଼, କରମଜାଲ, ଜିବର୍ଦ୍ଧନ କଠାଲ, ସୁମାଲି ବରିହା, ମନ କଁଅର, ବରୁଣ ସୁନା, ଦାଶ ତାଣ୍ଡି, କାଳନ୍ଦି ସେଠ୍, ହିରଣ ସେଠ୍, ଭକ୍ତ କଁଅର ପ୍ରମୁଖ ଶତାଧିକ ହିତାଧିକାରୀ ଆଜି ରାମପୁର ତହସିଲ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସେମାନଙ୍କୁ ସେମାନେ ପାଇଥିବା ଜମି ଚିହ୍ନଟ କରି ମଡାଇ ଦେବା ସହ ଜବରଦଖଲକାରୀ ଜମି ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ବିଭିନ୍ନ ନାରା ଦେଇଥିଲେ ।