Related Contents

ବିନିକାର ଦେବାଶିଷ ପଣ୍ଡା ଦକ୍ଷିଣ ଆଫ୍ରିକା ହକି ଟିମର ଫିଜିଓ ନିଯୁକ୍ତ, କ୍ରୀଡ଼ାପ୍ରେମୀ ମହଲରେ ଖୁସିର ଲହରୀ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା (୧୦/୦୬): ଭୁବନେଶ୍ୱର ଥରେ ଚାଲିଥିବା ଆନ୍ତର୍ଜାତିକ ହକି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଦକ୍ଷିଣ ଆଫ୍ରିକା ପୁରୁଷ ହକି ଦଳର ଫିଜିଓ ଭାବରେ ବିନିକା ସହର ପାଳିପଡ଼ାର ଡ଼.ଦେବାଶିଷ ପଣ୍ଡା ନିଯୁକ୍ତ ହୋଇଛନ୍ତି | ଫଳରେ ଏ ନେଇ ସାରା ବିନିକା ଅଂଚଳର କ୍ରୀଡାପ୍ରେମୀ ମହଲରେ ଖୁସିରେ ଲହରୀ ଖେଳିଯାଇଛି |

ସୂଚନା ଯୋଗ୍ୟଯେ ଦକ୍ଷିଣ ଆଫ୍ରିକା ହକି ଦଳର ଫିଜିଓ କୌଣସି କାରଣରୁ ଦଳ ସହିତ ନ ଆସିବାରୁ ଭୁବନେଶ୍ୱର ସ୍ଥିତ ହେଲୋ ଫିଜିଓ ସଂସ୍ଥାକୁ ଟିମ ଅନୁରୋଧ କରିଥିଲା | ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ଅନୁରୋଧକୁ ରକ୍ଷାକରି ହେଲୋ ଫିଜିଓ ସଂସ୍ଥା ଡ଼.ପଣ୍ଡାଙ୍କୁ ଫିଜିଓ ଭାବରେ ଦାୟିତ୍ୱ ଦେଇଛି | ତେବେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଡ଼.ପଣ୍ଡା ବିଭିନ୍ନ ପ୍ରକାର ଖେଳରେ ଫିଜିଓ ଭାବେ କାର୍ଯ୍ୟକରି ଖେଳାଳିଙ୍କ ଗହଣରେ ପ୍ରସଂଶିତ ହୋଇଛନ୍ତି | ଓଡ଼ିଶାର ସୁନାମଧନ୍ୟ ଆଥଲେଟ ଦୁତି ଚାନ୍ଦ ଓ ଅମୀୟ ମଲ୍ଲିକଙ୍କ ବ୍ୟକ୍ତିଗତ ଫିଜିଓ ଭାବେ କାର୍ଯ୍ୟକରି ଅନେକ ଗୁଡିଏ ଅଭିଜ୍ଞତା ହାସଲ କରିପାରିଛନ୍ତି | ଦକ୍ଷିଣ ଆଫ୍ରିକା ଭଳି ଅନ୍ତର୍ଜାତୀୟ ହକି ଦଳର ଫିଜିଓ ଭାବେ ମନୋନୀତ କରିଥିବାରୁ ହେଲୋ ଫିଜିଓ ସଂସ୍ଥାର ମୁଖ୍ୟ ଜ୍ଞାନ ରଞ୍ଜନ ପ୍ରଧାନକୁ ଡ଼. ପଣ୍ଡା କୃତଜ୍ଞତା ଜଣାଇଛନ୍ତି | ପ୍ରକାଶ ଥାଉକି ବିନିକା ପାଳିପଡ଼ାର ଅବସରପ୍ରାପ୍ତ ଶିକ୍ଷକ ଜ୍ୟୋତିଷ୍କର ପଣ୍ଡାଙ୍କ ଏକମାତ୍ର ପୁତା ଡ଼. ଦେବାଶିଷ ପଣ୍ଡା ଛୋଟ ସମୟରୁ କ୍ରୀଡାକୁ ପ୍ରାଧାନ୍ୟ ଦେଇ ଆସୁଥିଲେ | ବିନିକା ସ୍ପୋର୍ଟ୍ସ କ୍ଲବ ର ଜଣେ ସକ୍ରିୟ ସଦସ୍ୟ ଓ ନିୟମିତ କ୍ରିକେଟ ଖେଳାକୁ ବିଶେଷ ଭାବେ ଗୁରୁତ୍ୱ ଦେଉଥିଲେ |ଗତ ୨୦୦୧-୦୨ ବର୍ଷରେ ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ଅନେକ ରାଜ୍ୟ ସ୍ତରରେ ଖେଳିବାର ସୁଯୋଗ ପାଇ ଥିଲେ | ତେଣୁ ଏକ ଆନ୍ତର୍ଜାତିକ ଦଳ ଦକ୍ଷିଣ ଆଫ୍ରିକା ଭଳି ଟିମ ର ଖେଳାଳୀମାନଙ୍କ ଫିଜିଓ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ କ୍ୟାରିଅର ରେ ଯଥେଷ୍ଟ ଉନ୍ନତି ଘଟିବ ବୋଲି ବିନିକା ସ୍ପୋର୍ଟ୍ସ କ୍ଲବ ର ସଭାପତି ସୋମନାଥ ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ଲବକୁମାର ମହାନ, କୋଷାଧ୍ୟକ୍ଷ ହିମାଂଶୁ ଶେଖର ପୁଟେଲଙ୍କ ସମେତ ଅଂଚଳର କ୍ରୀଡ଼ାପ୍ରେମୀ ମହଲରେ ଆଶାପ୍ରକାଶ ପାଇଛି |

Comments are closed.