Related Contents

ରାସ୍ତା କାମ ଅନିୟମିତତା ଅଭିଯୋଗ, ଆରମ୍ଭ ହେଲା ତଦନ୍ତ କାମ, ପାଟଣାଗଡ଼ ବିଧାୟକ କନିଷ୍ଠ ଯନ୍ତ୍ରୀକୁ କାନ ଧରି ଉଠ ବସ ହୋଇଥିବା ରାସ୍ତାରେ

ରିପୋର୍ଟ- ଭୋଜରାଜ ବରିହା
ପାଟଣାଗଡ଼ (୧୩/୦୬): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାୟକ ସରୋଜ ମେହେର,କନିଷ୍ଠ ଯନ୍ତ୍ରୀ ଶ୍ରୀ ଜୟକାନ୍ତ ଶବରକୁ କାନ ଧରି ଶହେ ଥର ପାଞ୍ଚ ମିନିଟରେ ଉଠବସ୍ ଘଟଣା ପରେ ରାସ୍ତା କାମ ଅଭିଯୋଗ ଆସିଥିଲା ବର୍ତ୍ତମାନ ଅନିୟମିତତା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି ।

ନିରକ୍ଷଣ ପାଇଁ ପହଞ୍ଚିଛନ୍ତି ୮ଜଣିଆ ଟିମ୍ । ଭୁବନେଶ୍ବର, ସମ୍ବଲପୁର, କଣ୍ଟାବାଞ୍ଜି ଓ ପାଟଣାଗଡରୁ ଆସିଲେ ବିଶେଷଜ୍ଞ ଦଳ । ରାସ୍ତା ନିର୍ମାଣର ସ୍ଥିତି ଅନୁଧ୍ୟାନ କରିଥିଲେ । ଟିମ୍‌ରେ ସମ୍ବଲପୁର ଆର୍‌ ଆଣ୍ଡ ବି କ୍ବାଲିଟି କଣ୍ଟ୍ରୋଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ହୀରାଲାଲ୍ ଅଗ୍ରୱାଲ୍, ଭୁବନେଶ୍ବରରୁ ନିର୍ବାହୀ ଯନ୍ତ୍ରୀ ରଥଙ୍ଗଧର ରାଉତ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.