ନିଶା ଦ୍ରବ୍ୟ ର ସେବନ ତଥା ଅବୈଧ କାରବାର ବିରୋଧ ଆନ୍ତର୍ଜାତୀୟ ଦିବସ

0
274
ନିଶା ଦ୍ରବ୍ୟ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୨୬/୦୬) : ଆଜି ତା ୨୬/୦୬/୨୦୨୨ ରିଖ ଦିନ ଜିଲ୍ଲା ପ୍ରଶାସନ ର ଜିଲ୍ଲା ସାମାଜିକ ସୁରକ୍ଷା ଉପବିଭାଗ ଏବଂ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, କୋରାପୁଟ ତରଫରୁ ନିଶା ଦ୍ରବ୍ୟ ର ସେବନ ତାହାର ଅବୈଧ କାରବାର ବିରୋଧ ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ମନୋଜ କୁମାର ସେଠୀ, ଅବକାରୀ ଅଧିକ୍ଷକ, କୋରାପୁଟ, ଶ୍ରୀ ସିମାଞ୍ଚଳ ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କୋରାପୁଟ, ଶ୍ରୀମତୀ ଶାନ୍ତି ମାରାଣ୍ଡି, ଅବକାରୀ ଉପ-ଅଧିକ୍ଷକ, ଶ୍ରୀ ଦିଲୀପ କୁମାର ହିଆଲ, ଉପଖଣ୍ଡ ସାମାଜିକ ଅଧିକାରୀ, କୋରାପୁଟ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ଏବଂ ଏହାର ଅବୈଧ କାରବାର କୁ ରୋକିବା ଓ ସୁସ୍ଥ ସମାଜ ଗଠନ କରିବା ।

କାର୍ଯ୍ୟକ୍ରମ ର ପ୍ରଥମେ ନିଶା ନିବାରଣ ପାଇଁ ଏକ ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଯାହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ସରକାରୀ ଉଚ୍ଚ ବିଦ୍ୟାଳୟ, କୋରାପୁଟ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, କୋରାପୁଟ ର ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ ଏବଂ ନିଶା ଦ୍ରବ୍ୟ ର ସେବନ ତଥା ଅବୈଧ କାରବାର ବିରୋଧ ବକୃତାରେ ଭାଗ ନେଇଥିଲେ ।

ସମସ୍ତ ଜନ ସାଧାରଣ ମଦ, ବିଡି, ସିଗାରେଟ, ଗଞ୍ଜେଇ, ଭାଙ୍ଗ, ଅଫିମ, ଚରସ, ହେରୋଇନ ଇତ୍ୟାଦି ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିଲେ ଅତି ସୁନ୍ଦର ଭାବରେ ଜୀବନଯାପନ ହୋଇ ପାରିବ ବୋଲି ଆଲୋଚନା କରାଯାଇଥିଲା । ବକୃତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ପ୍ରଥମ ପୁରସ୍କାର ୧୦୦୦ ଟଙ୍କା, ଦ୍ଵିତୀୟ ପୁରସ୍କାର ୮୦୦ ଟଙ୍କା ଓ ତୃତୀୟ ପୁରସ୍କାର ୭୦୦ ଟଙ୍କା ରଖା ଯାଇଥିଲା ।

ଆମ ସମାଜକୁ ନିଶା ଦ୍ରବ୍ୟ କେତେ ଘାତକ ଏହାକୁ ନେଇ ସୁପରିଚିତ ଟେଣ୍ଡକା ମୁଦୁଲି ଏବଂ ତାଙ୍କ ଦଳ ଏକ ନାଟକ ପରିବେଷଣ କରିଥିଲେ ଏବଂ ନିଶା ଦ୍ରବ୍ୟ ଠାରୁ ସମସ୍ତଙ୍କୁ ଦୂରରେ ରହିବାକୁ ସମାଜକୁ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଶ୍ରୀମତୀ ଆହାନା ବୈଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଅରୁକ ପାଳକ ଦାଶ, ଏ ଏସ ଆଇ ଏବଂ ଶ୍ରୀ ଜଗନ୍ନାଥ ନାୟକ, କନିଷ୍ଠ ସହାୟକ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।