Related Contents

ବିଲରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ମୃତ ଦେହ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
କଳାହାଣ୍ଡି (୧୪/୦୬): ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଏବଂ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଆମପାଣି ଅନ୍ତର୍ଗତ ଡୁଡୁକାଠେଙ୍ଗା ଗାଁରୁ ଉଦ୍ଧାର ହୋଇଛି ମୃତ ଦେହ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରିଛି । ତେବେ ଯୁବକ ଏବଂ ନାବାଳିକା ଦ୍ୱୟ ପ୍ରେମୀ ଯୁଗଳ ବୋଲି ଅନୁମାନ କରୁଛି ପୋଲିସ |

ମୃତ ଯୁବକ ହେଲେ ୧୯ ବର୍ଷୀୟ ନିରଞ୍ଜନ ଲହଜଲ ଏବଂ ନାବାଳିକା ଜଣକ ହେଲେ ୧୬ ବର୍ଷୀୟ ସୁକାନ୍ତିି ପୂଜାରୀ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କଥିବା ଅନୁମାନ କରିଛି ପୋଲିସ । ତେବେ ସେମାନଙ୍କ ପରିବାରରେ ପ୍ରେମକୁ ସ୍ୱୀକୃତି ନ ଦେବାରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ସେମାନଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଏବେ ଜାରି ରହିଛି ।ସୂଚନା ଅନୁଯାୟୀ,ଆଜି ସକାଳେ ଯୁବକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ତଳେ ନାବାଳିକାଙ୍କ ମୃତ ଦେହ ପଡି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏହାପରେ ସେମାନେ ମୃତକଙ୍କ ପରିବାରକୁ ଖବର ଦେଇଥିଲେ । ଆମପାଣି ପୋଲିସ ଖବର ପାଇ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚିଥିଲା । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ମୃତକଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରୁଛି ପୋଲିସ ।

Comments are closed.