Friday, March 29, 2024

Top 5 This Week

Related Posts

ବଂଶଧାରା ନଦୀରେ ପୁଣି ଚୋରା ବାଲି ଚାଲାଣ ବୃଦ୍ଧି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୦୬) : କାଶୀନଗର ଅଞ୍ଚଳ ବଂଶଧାରା ନଦୀରେ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି । ଖବର ଦେବାରେ ଜଣା ପଡ଼ିଛି କି ଖଣ୍ଡାବା ପଞ୍ଚାୟତ ର ପୁରିଟି ଗୁଡା ବାଲି ଘାଟ ନିଲାମ ସରିଛି ।

କିନ୍ତୁ ବର୍ତ୍ତମାନ ମୌସୁମୀ ଆସି ଯାଇଥିବା ରୁ ବଂଶଧାରା ନଦୀରେ ପାଣି ଭର୍ତ୍ତି ଅଛି । ତଥାପି ଟ୍ରାକ୍ଟର ଯୋଗେ ବାଲି ଚୋରାରେ ଚାଲାଣ ହେଉଛି । ଏହି କଥା ପୂର୍ବରୁ ବିଭିନ୍ନ ସମ୍ବାଦ ପତ୍ରରେ ପ୍ରକାଶ ପାଇଥିଲା । ଗତ ଶନିବାର ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ତହସିଲଦାର ଲରିମନ୍ ଖର୍ସେଲ ଓ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଚଢ଼ାଉ ବେଳେ ଟ୍ରାକ୍ଟର OR 18B4 152 ଓ 08M 2166 ଦୁଇଟି ବାଲି ବୋଝେଇ ଟ୍ରକ ତେର ପାଖରୁ ୪୦, ୨୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏପଟ ଟେଣ୍ଡର ଧରି କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି ।

Popular Articles