Related Contents

ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ

ରିପୋର୍ଟ: ତ୍ରିନାଥ ଧୁରୁଆ
ଉମରକୋଟ (୧୦/୦୬): ନବରଙ୍ଗପୁର ଜିଲ୍ଲା ଝରିଗାଁ ଏବଂ ଉମରକୋଟ ବ୍ଲକ୍ ରେ ଆଜି ପୃଥକ ପୃଥକ ତିନଟି ସ୍ଥାନରେ ବଜ୍ରାଘାତରେ ତିନି ଜଣଙ୍କ ମୃତ୍ୟୁ ଘଟିଛି ।

ଝରିଗାଁ ବ୍ଲକ୍ ପରସଲା ଗ୍ରାମର ଲଚନା ଗୌଡ ଅନ୍ୟ ଲୋକଙ୍କ ଚାଷ ଜମିରେ କୁଲି କାମ କରି ଘରେ ଫେରୁଥିବା ସମୟରେ ଏବଂ ବକଡ଼ାବେଡା ପଂଚାୟତର ତୁରୁଞ୍ଜି ଗ୍ରାମର ମାଧବ ପନକା ଗାଇ ଚରାଇ ଘରକୁ ଫେରୁଥିବା ସମୟରେ ଓ କାନାକଟ ପଞ୍ଚାୟତର ପୂର୍ଲା ଗ୍ରାମର ମରୁ ବନିକଙ୍କ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |

Comments are closed.