Advertisements
Saturday, July 4, 2020
Home Death Case ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ରିପୋର୍ଟ: ଯୁବରାଜ ଅଗ୍ରୱାଲ
ଧର୍ମଗଡ଼(୧୩/୦୬): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏଲ. ନିସି ମିଶନ ସ୍କୁଲ ଠାରେ ଥିବା ଏକ ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । କୁଟୁରୁ ଗ୍ରାମର ଯୋନ ନଗର ସ୍ଥିତ ଏଲ ନିସି ମିସନ ସ୍କୁଲରେ ସୁନ୍ଦରଗଡ଼ ଜିଲ୍ଲାର ରୋଷଣ ମୋହନ ନାମକ ଜଣେ ଯୁବକ ଇଂରାଜୀ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ |

ସେ ଶୋଇଥିବା ଉପର ମହଲା ଘରଭିତର ପଟୁ କବାଟ କିଲି ଦେଇ ସିଲିଂଗ ପଙ୍ଖା ବନ୍ଧା ଯାଉଥିବା ରଡ଼ରେ କପଡ଼ା ଲଗାଇ ଆତ୍ମହତ୍ୟା କରିଛି | ଏନେଇ ଧର୍ମଗଡ ପୁଲିସ ଘଟଣାସ୍ଥଳରେ ପହଂଚି ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତର ଖାନାକୁ ପଠାଇଛି | ହେଲେ ଝୁଲନ୍ତା ଶବ କାଢ଼ିଲା ବେଳେ ପରିବାର ତରଫରୁ କେହି ଉପସ୍ଥିତ ନ ଥିଲେ । ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ବୋଲି କହୁଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲା ପରେ ହିଁ ଏହାର ସତ୍ୟାସତ୍ୟ ଜଣା ପଡିବ | ବିଦ୍ୟାଳୟର ପ୍ରିନସିପାଲକୁ ପଚାରିବାରୁ ସେ କିଛ ଦିନ ହେଲା କୌଣସି ମାନସିକ ଚାପରେ ରହିଥିବା ପ୍ରକାଶ କରିଥିଲେ । ହେଲେ ଏହା ପାରିବାରିକ ମାନସିକ ଚାପ ହୋଇ ପାରେ କିମ୍ବା ସ୍କୁଲର ମାନସିକ ଚାପ ହୋଇ ଥାଇ ପାରେ, ବର୍ତମାନ ତଦନ୍ତ ପରେ ଏହାର ସତ୍ୟାସତ୍ୟ ଜଣା ପଡିବ | ଏନେଇ ଧର୍ମଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ପୋଲିସ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: