Related Contents

ଜୟ ମାଁ ଆଲାମତି ବ୍ଳକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ

ରିପୋର୍ଟ: ଅକ୍ଷୟ କୁମାର ପିଡିସିକା
କଲ୍ୟାଣସିଂହପୁର (୧୩ /୦୬): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟନପୁର ଗ୍ରାମପଞ୍ଚାୟତ ପଡେଇକାନି ଠାରେ ବ୍ଳକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାଁ ଆଲାମତି କ୍ଳବ ତରଫରୁ ଆୟୋଜନ କରାଯାଇଅଛି ।

ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ଗୋଟିଏ ଟିମ ବା ଦଳ ପ୍ରସ୍ତୁତ ହୋଇ ପଞ୍ଚାୟତ ତରଫରୁ ଗୋଟିଏ ଦଳ ଖେଳିଥିବାବେଳେ ଆଜି ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନରେ ଶିକପାଇ ପଞ୍ଚାୟତ ଶହ ନାରାୟଣପୁର ପଞ୍ଚାୟତ ଉଦଯାପନ ମ୍ୟାଚ ଥିବାବେଳେ ଶିକରପାଇ ଟଚ ଜିତି ବେଟିଙ୍ଗ କରିବାପାଇଁ ନିଷ୍ପତ୍ତି ନେଇ ପ୍ରଥମ ମ୍ୟାଚ ୯୩ ରନ କରିଥିବା ବେଳେ ନାରାୟଣପୁର ପଞ୍ଚାୟତ ୧୦ ଓଭରରେ ବିଜୟ ହାସଲ କରିଥିଲା | ଏହି ଉଦଯାପନ ମେଚ୍ କୁ ଏସିଅ ଶବର ମୁଖ୍ୟ ଅତିଥି ଥିବା ବେଳେ ଅତିରିକ୍ତ ଅତିଥି ଭାବେ ଶିବରାମ କାଡ୍ରାକା ଧନସିଂ ତିମାକା ସୁବାସ ତିମାକା ଚେଲାପତି ସାରୁବୁ କରସିକା ଲଚମ୍ପତି କାଡ୍ରାକା ବିଶ୍ଵନାଥ କାଡ୍ରାକା ତହସିଲ ଦାର ସହଦେଵ କୂଟରୁକା ନାଗାବଳୀ ଏଗ୍ରିକଲଚର ସୋସାଇଟିର ସଞ୍ଜୟ କୁମାର ନାୟକ ଓ ପଡେଇକାନି ଗ୍ରାମର ସମସ୍ତ ମୁଖ୍ୟ ମାନଙ୍କ ଉପସ୍ଥିତିରେ ନାରାୟଣପୁର ପଞ୍ଚାୟତର ଦଳକୁ ବିଜୟର ଟ୍ରଫି ପ୍ରଧାନ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ସମସ୍ତ ସିକାରପାଇ ନାରାୟଣପୁର ପଞ୍ଚାୟତ ବାସୀ, ମାଝୀଗୁଡା ପଞ୍ଚାୟତ ବାସୀ ,ପୂଜାରୀଗୁଡା ପଞ୍ଚାୟତବାସୀ, କଲ୍ୟାଣସିଂହପୁର ପଞ୍ଚାୟତ ବାସୀ ଓ କରପା ପଞ୍ଚାୟତ ବାସୀ ଏବଂ ପଡ଼େଇକାନି ଗ୍ରାମବାସୀ ଥିବାବେଳେ ଆଲାମତି କ୍ଳବର ସମସ୍ତେ କମିଟି ଉପସ୍ଥିତ ରହି ଶାନ୍ତି ସୃଙ୍ଖଳା ସହ ଖେଲଟିକୁ ସମସ୍ତ ଦର୍ଶକଙ୍କୁ ଭାତ ଓ ଡାଲମାର ବ୍ୟବସ୍ଥା କରିଥିଲେ ।

Comments are closed.