ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

0
183
ଚିତ୍ତଜ୍ଞାନୀ ଚାଟିଟେବଲ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୬/୦୬) : ଆଜି ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ ଠାରେ କେବଳ ବରିଷ୍ଟ ନାଗରିକ ଓ କୀଡୀନି ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ସେବା ଶିବିର ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଛି ।

ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ୮୦୦ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଓ କୀଡୀନି ରୋଗୀ ଯୋଗଦେଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ କଟକ, ଭୁବନେଶ୍ୱର ଓ ବୁର୍ଲା ମେଡିକାଲ କଲେଜ ଓ ସମ୍ ଡାକ୍ତରଖାନା ର ବିଶେଷଜ୍ଞ ଚିକିତ୍ସକ ମାନଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣରେ ଯଥା -ଇ.ସି.ଜି, ଏକ୍ସ-ରେ ଓ ବିଭିନ୍ନ ରୋଗର ରକ୍ତ, ପରିସ୍ରା ଆଦି ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତରାଜ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ ।

ଏହି ଶିବିରରେ ବୌଦ୍ଧ C.D.M.O ଅଭୟ ଦାସ, ଡ଼ କିଶର ପଟ୍ଟନାୟକ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ଶ୍ରୀ ଅମାତ କହିଲେ ଯେ ଚିତ୍ତଜ୍ଞାନୀ ଚାରିଟେବଳେ ଟ୍ରଷ୍ଟ ପକ୍ଷରୁ ୪୨ ତମ ସ୍ୱାସ୍ଥ୍ୟ ସେବା ଶିବିର ଆଜି ହରଭଙ୍ଗା ଠାରେ ହୋଇଯାଇଛି । ଏହି ଅନୁଷ୍ଠାନ ର ସେବା ମନବୃତି ପଦକ୍ଷେପ ସ୍ୱାଗତ ଯୋଗ୍ୟ ଅଟେ ଅନୁଷ୍ଠାନ ର ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି । ଏହି ଶିବିରକୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳରୁ ରୋଗୀମାନେ ଆସି ଚିକିତ୍ସାର ସୁବିଧା ପାଇପାରିଛନ୍ତି ।