ନିଶାଦ୍ରବ୍ୟ ସେବନ ତଥା ଅବୈଧ ନିଶା କାରବାର ବିରୋଧୀ ଆନ୍ତର୍ଜାତୀୟ ଦିବସ ପାଳିତ

0
223
ନିଶାଦ୍ରବ୍ୟ ସେବନ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୬/୬) : ରାୟଗଡା ଜିଲ୍ଲା ପ୍ରଶାସନ ର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଜିଲ୍ଲା ଅବକାରୀ ବିଭାଗ ଆନୁକୂଲ୍ୟରେ ଆଜି ନିଶାଦ୍ରବ୍ୟ ସେବନ ତଥା ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି ।4a0b7795 a83a 421e 80d1 3d31773d540e ନିଶାଦ୍ରବ୍ୟ ସେବନ ତଥା ଅବୈଧ ନିଶା କାରବାର ବିରୋଧୀ ଆନ୍ତର୍ଜାତୀୟ ଦିବସ ପାଳିତ

ଗଜପତି ଛକଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି ଭିକ୍ଟୋରିଆ କୁଲୁ ଓ ତହସିଲଦାର ତାପସ ରାଉତ ସବୁଜ ପତାକା ଦେଖାଇ ସଚେତନତା ରଥ ର ଶୁଭାରମ୍ଭ କରିଥିଲେ । ପରେ ନିଶାଦ୍ରବ୍ୟ ସେବନ ଉପରେ ନିଶାମୁକ୍ତ ଭାରତ ଅଭିଯାନକୁ ନେଇ ଶପଥ ପାଠ ସହ ଏକ ସଚେତନତା ପଦଯାତ୍ରା ବାହାରି ଜିଲ୍ଲା ସଂସ୍କୃତି ଭଵନ ଠାରେ ପହଞ୍ଚିଥିଲା । ସେଠାରେ ଅନୁଷ୍ଠିତ ସଭାରେ ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଓ ଉପକାରିତା, ଅପକାରିତା ସହ ନିଶା ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ଯୁବପୀଢି ପଥଭ୍ରଷ୍ଟ ବିଷୟରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ ।cbcb0402 9327 45b0 b6e0 61dcd98a4a82 ନିଶାଦ୍ରବ୍ୟ ସେବନ ତଥା ଅବୈଧ ନିଶା କାରବାର ବିରୋଧୀ ଆନ୍ତର୍ଜାତୀୟ ଦିବସ ପାଳିତ

ଏଥିରେ ଡିଏସପି ସୁଦାମ ମଲ୍ଲିକ, ଡିପିଏଚଓ ଡାକ୍ତର ଭି.ଏଲ.ଏନ. ରାଜୁ, ଡ୍ରଗ୍ସ ନିରୀକ୍ଷକ ଆସିଷ୍ଟାଣ୍ଟ କଲେକ୍ଟର ପ୍ରଫୁଲ୍ଲ କୁମାର ବେହେରା, ଡିଆଇପିଆରଓ ବସନ୍ତ କୁମାର ପ୍ରଧାନ, ଶିକ୍ଷାବିତ ଡ. ଦୁଷ୍ମନ୍ତ କୁମାର ପ୍ରଧାନ, ନାଟ୍ୟକାର ଡ. ନରେନ୍ଦ୍ର କୁମାର ମିଶ୍ର, ଅବକାରୀ ନିରୀକ୍ଷକ ସୀମା କିରଣ ବେକ୍ ପ୍ରମୁଖ ଉପସ୍ଥିତ ରହି ନିଶାଦ୍ରବ୍ୟ ସେବନ ତଥା ଅବୈଧ ନିଶାଦ୍ରବ୍ୟ କାରବାର ସମ୍ବନ୍ଧୀତ ବିଷୟଗୁଡିକ ଉପରେ ଆଲୋକପାତ କରିଥିଲେ ।

ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, କନିଷ୍ଠ କିରାଣୀ ପ୍ରସାଦ ରାଓ ତାମରାପୁ, କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାୟଗଡା ମହିଳା ଓ ସ୍ୱଂୟଶାସିତ ମହାବିଦ୍ୟାଳୟ ର ଏନସିସି କ୍ୟାଡେଟ, ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସେବା ନିଶାମୁକ୍ତି କେନ୍ଦ୍ରର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।