ସରକାରୀ ପୁରସ୍କାର ପ୍ରାପ୍ତ ଡାକ୍ତରଙ୍କ ରୋଗୀ ସହ ଦୁର୍ବ୍ୟବହାର

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି (୧୨/୬):- କାଲିମେଳା ବ୍ଲକ ଅଧିନସ୍ଥ ପପୁଲୁର ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯାହା ବିଶ୍ୱାସ ଯୋଗ୍ୟ ନ ହେଲେ ମଧ୍ୟ ଘଟଣାଟି ସତ । ଆଜିକାର ଵ୍ୟସ୍ତମୟ ଜୀବନରେ ଲୋକେ ଯାହାକୁ ଭଗବାନ ମନେକରି ଆଶା ଭରଶା ଓ ବିଶ୍ୱାସ କରନ୍ତି ସେ ହେଉଛନ୍ତି ଡାକ୍ତର । କିନ୍ତୁ ଯଦି ଡାକ୍ତରବାବୁ ରୋଗୀଙ୍କ ସହ ଦୁର୍ବ୍ୟବହାର କରିବା ସହ ଜୀବନରେ ମାରି ଦେବାର ଧମକ ଦିଅନ୍ତି ତେବେ ରୋଗୀ କରିବେ କଣ ।

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ପପୁଲୁର ଠାରେ ଅବସ୍ଥିତ ଡାକ୍ତରଖାନାରେ । ସେଠାରେ କାର୍ଯ୍ୟରତ ଥିବା ସରକାରୀ ପୁରସ୍କାର ପ୍ରାପ୍ତ ଡାକ୍ତର ଓଁମକାର ହୋତା ଠିକ ଭାବରେ ନିଜର ଦାୟିତ୍ୱ ପାଳନ କରୁନାହାନ୍ତି ବୋଲି ମନେହୁଏ ଏବଂ ବିଭିନ୍ନ ସମୟରେ ରୋଗୀ ସହ ଦୁର୍ବ୍ୟବହାର କରିବା ସହ ରୋଗୀକୁ ଗାଳିଗୁଲଜ ମଧ୍ୟ କରନ୍ତି । ସୂଚନା ମୁତାବକ ସେଠାରେ ସେହି ଜଣେ ମାତ୍ର ଡାକ୍ତର ଥିବାରୁ କେହି କିଛି କହନ୍ତି ନାହିଁ । ଯାହାର ସୁଯୋଗ ନେଇ ନିରୀହ ସାଧାରଣ ଲୋକଙ୍କ ସହ ଏମିତି କରନ୍ତି ଡାକ୍ତର ହୋତାବାବୁ । ସୂଚନା ମୁତାବକ ଗତ ତା.୪/୬/୨୦୧୯ ତିଖ.ଅପରାହ୍ନ ୪ଟା ୧୫ମି. ସମୟରେ ଜଣେ ଯୁବକ(ଅନନ୍ତ ରାଓ) ନିଜ ଗର୍ଭବତୀ ସ୍ତ୍ରୀ (ଇଶ୍ୱର ଆମ୍ମା) ଓ ପୁଅ ସହ ପପୁଲୁର ଡାକ୍ତରଖାନା ଆସିଥିଲେ । ଡାକ୍ତର ବାବୁ ନ ଥିବାରୁ ଯୁବକ ଜଣକ ସ୍ତ୍ରୀର ଅବସ୍ଥା ଖରାପ ଦେଖି ଡାକ୍ତର ବାବୁଙ୍କ ଘରେ ଯାଇ ଡାକିଥିଲେ । କିନ୍ତୁ ଡାକ୍ତର ଶ୍ରୀ ଓଁକାର ହୋତା ରାଗିଯାଇ ରୋଗୀ ସହ ଦୁର୍ବ୍ୟବହାର କରିବା ସହ ଗାଲିଗୁଲଜ କରିଥିଲେ । ଅଭଦ୍ର ଭାଷାରେ ଗାଳି କହିବା ସହ ଧକାମାରି ଜୀବନରେ ମାରି ଦେବାକୁ ଧମକ ଦେଲେ ।

ତୁମେ କାହା ପାଖରେ କହିବାର ଅଛି କୁହ ମୁଁ କାହାକୁ ଭୟ କରେନା ବୋଲି କହିଥିବା ଅଭିଯୋଗ ହୋଇଛି । ଫଳରେ ବ୍ୟକ୍ତି ଜଣଙ୍କ ଅପମାନିତ ହୋଇ ସ୍ଥାନୀୟ କାଲିମେଳା ଥାନାରେ ଏକ ଦରଖାସ୍ତ ସହ ଅଭିଯୋଗ କରିଥିଲେ । ଡାକ୍ତରବାବୁଙ୍କ ଏହିଭଳି ରୋଗୀ ପ୍ରତି ବ୍ୟବହାର ଓ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ଆବେହେଳା କାର୍ଯ୍ୟ କେତେଟା ସହନଶୀଳ ରହିବ ତାହା ଦେଖିବା ବାକି ରହିଲା । ଏମିତି ଥରେ ନୁହେଁ ଅନେକ ଥର ଦେଖିବାକୁ ମିଳିଛି । ମାଲକାନଗିରିର ବିଭିନ୍ନ ଛୋଟ ବଡ଼ ଡାକ୍ତରଖାନାରେ । ଯାହା ଫଳରେ ମାଲକାନଗିରି ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରେ ମୃତ୍ୟୁ ବରଣ କରନ୍ତି ଯାହା ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସେତେଟା ଗୁରୁତ୍ୱ ଦେଉନାହାନ୍ତି ।

Comments are closed.