Advertisements
Thursday, July 9, 2020
Home Children Issue ଶିଶୁ ଶ୍ରମିକ ବିରୋଧ ଦିବସ

ଶିଶୁ ଶ୍ରମିକ ବିରୋଧ ଦିବସ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି (୧୩ /୦୬):- ଜିଲ୍ଲା ଆଇନ ସେବା ପ୍ରାଧିକାରଣ ମାଲକାନଗିରି ଆନୁକୂଲ୍ୟରେ ଆଜି ତା.୧୨/୬/୨୦୧୯ରିଖ. ମାଲକାନଗିରି ବ୍ଲକ ଅନ୍ତର୍ଗତ ଶିଖପାଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ଠାରେ “ବିଶ୍ଵ ଶିଶୁ ଶ୍ରମିକ ବିରୋଧ ଦିବସ” ପାଳନ ଅବସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସହ ଶ୍ରମ ଅଧିକାରୀ ମାଲକାନଗିରି ଶ୍ରୀ ଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ, ଶିଖପାଲ୍ଲୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତି ଆଡ଼ମେ ମାଡ଼କମି , ଅଧ୍ୟାପକ ଡ଼.ରଂଜନ କୁମାର ସ୍ୱାଇଁ, ସମାଜସେବୀ ଶ୍ରୀ ଯୁକ୍ତି ବସନ୍ତ ନାୟକ (ଆଇ ସି ଡି ଏସ) ପରିଦର୍ଶିକ ଶ୍ରୀମତୀ ଜ୍ୟୋତିର୍ମୟୀ ଆଚାର୍ଯ୍ୟ ଓ ଜିଲ୍ଲା ଆଇନସେବା ପ୍ରାଧିକାରଣର କର୍ମକର୍ତା ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଭିନ୍ନ ଶିଶୁ ଶ୍ରମିକ ବିରୋଧୀ ଆଇନ, ବିଭିନ୍ନ ଶ୍ରମ ଆଇନ, ଶିଶୁ ଅଧିକାର, ସମ୍ବିଧାନରେ ପ୍ରଦତ୍ତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଅଧିକାର ଭଳି ବିଭିନ୍ନ ଯୋଜନା ବିସ୍ତୃତ ଭାବରେ ସଚେତନତା କରିବା ସଙ୍ଗେ ସଙ୍ଗେ ଆଇନ ସେବା ପ୍ରାଧିକାରଣର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବା ପ୍ରାଧିକାରଣ ଦ୍ବାରା ପ୍ରଦତ୍ତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ।ଶିବିରର ପରବର୍ତ୍ତୀ ସମୟରେ ଉପସ୍ଥିତ ସମସ୍ତ ଅଧିକାର ଏବଂ ଗ୍ରାମବାସୀଙ୍କୁ ନେଇ ଶିଶୁ ଶ୍ରମିକ ବିରୋଧ ସ୍ଲୋଗାନ ଦେଇ ଏକ ପଦଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କୋୟା ସମ୍ପ୍ରଦାୟର ଲୋକଙ୍କୁ ସ୍ଥାନୀୟ ସରପଞ୍ଚ କୋୟ ଭାଷାରେ ପ୍ରାଞ୍ଜଳ ଭାବେ ସଚେତନତା ଶିବିରର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ । ଏହି ଶିବିରରେ ସ୍ଥାନୀୟ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

ଆଜି କରୋନାରେ ମୃତ୍ୟୁ ସଂଖ୍ୟା ୪ ସହ ୫୨କୁ ବୃଦ୍ଧି

ଭୁବନେଶ୍ୱର (୦୯/୦୭): ରାଜ୍ୟରେ କୋରୋନା ନେଲା ଆଉ ୪ ଜୀବନ, ଭଦ୍ରକରେ କୋରୋନାରେ ପ୍ରଥମ ମୃତ୍ୟୁ, ଗଞ୍ଜାମରେ କୋରୋନାରେ ୩ ଜଣଙ୍କ ମୃତ୍ୟୁ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା...

Recent Comments

%d bloggers like this: