Related Contents

ଏମ ଭି ୧୨୭ ଗାଁରେ ଅନେକ ଗାଈଙ୍କ ମୃତ ଦେହ ଉଦ୍ଧାର

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୧୩/୦୬): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି-୧୨୭ଗ୍ରାମର କେନାଲ ନିକଟରେ ୫ଟି ଗାଈର ମୃତ ଦେହ ଦେଖିବାକୁ ମିଳିଛି ।

ଗତ ଦିନରେ ଏହିପରି ଘଟଣା ଆଖି ଆଗରେ ଆସିଥିବା ବେଳେ ପୁନର୍ବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ମାନଙ୍କର ମୃତ ଦେହ ଦେଖିବାକୁ ମିଳିଛି । ଏମ୍ ଭି ୧୨୭ଗ୍ରାମ କେନାଲ ନିକଟରେ ବିଦ୍ୟୁତ ଖୁଣ୍ଟରୁ ତାର ଛିଡି ଯାଇ ଭୂଇଁ ସଂଲଗ୍ନ୍ ହୋଇ ରହିଥିବା ବେଳେ ୫ଟି ଗାଈ ଘାସ ଖାଇବାକୁ ଯାଇ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣା ପଡିଛି । ଗ୍ରାମ ଠାରୁ ମାତ୍ର କେଇ ମିଟର ଦୂରରେ ଥିବା ବିଦ୍ୟୁତ ବିଭାଗୀୟ ଅବହେଳା ଯୋଗୁଁ ଏଭଳି ଘଟିଛି ବୋଲି ଗାଁ ଲୋକ ଅଭିଯୋଗ ଆଣିଛନ୍ତି । ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କୌଣସି ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କ ନଜରରେ ଆସୁନାହିଁ | ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଘଟଣା ଘଟୁଥିବାର ଜନସାଧରଣରେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ବିଦ୍ୟୁତ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ହୋଇଥିବା ସତ୍ୱେ ମଧ୍ୟ ଏହାର କୌଣସି ପ୍ରକାର ସମାଧାନ ହୋଇପାରିନାହିଁ ବୋଲି ଗ୍ରାମବାସୀ କହିଛନ୍ତି | ଏଭଳି ଦାୟିତ୍ବହୀନତା ହେତୁ ଗୃହପାଳିତ ପଶୁ ପକ୍ଷୀଙ୍କ ମୃତ୍ୟୁ ହେଉଥିବା ବେଳେ ଅଗାମୀ ଦିନରେ ଏହା ବିଦ୍ୟୁତ୍ ଜନିତ ମୃତ୍ୟୁ ମଡକ୍ ସ୍ରୁଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ବୋଲି କୁହାଯାଉଛି । ତେବେ ଏହି ଅଞ୍ଚଳରେ ବିଦ୍ୟୁତ୍ ସରୋବରାହରେ ପରିଲକ୍ଷିତ ଏଭଳି ଅବ୍ୟବସ୍ଥାର ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହୋଇଛି |

Comments are closed.