ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ

0
144
ଆଗାମୀ ୪ ଦିନ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୬/୦୬) : ମୌସୁମୀ ଛୁଇଁବା ପରଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ଜାରି ରହିଛି । ରାଜ୍ୟରେ ଆଗାମୀ ୪ ଦିନ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅର୍ଥାତ୍ ଆଜି ଠାରୁ ୨୯ ତାରିଖ ଯାଏଁ ରାଜ୍ୟ ର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ଜୁନ୍ ୧୫ ରୁ ୨୫ ତାରିଖ ଯାଏଁ ରାଜ୍ୟରେ ୯୮ ଦଶମିକ ୩ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି । ଯାହା ପରିଧି ସମୟ ମଧ୍ୟରେ ରାଜ୍ୟ ର ସ୍ୱାଭାବିକ ବର୍ଷା ୯୪ ଦଶମିକ ୭ ପ୍ରତିଶତ ତୁଳନାରେ ପାଖାପାଖି ୪ ପ୍ରତିଶତ ଅଧିକ । ଅର୍ଥାତ୍ ଜୁନ୍ ୧୬ ତାରିଖରେ ରାଜ୍ୟରେ ମୌସୁମୀ ଛୁଇଁବା ପରଠାରୁ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି । ଆଜି ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଆଗାମୀ ୪ ଦିନ ଯାଏଁ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ତେଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।