ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ଗୁଣୁପୁର

ଗୁଣୁପୁର (ପ୍ରଦୀପ ପାତ୍ର): ଚଳିତ ବର୍ଷର ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି |

ଉପଜିଲ୍ଲାପାଳ ଡ: ବି ଏସ ବଳୀରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁଣୁପୁର ତହସିଲଦାର ନମ୍ରତା ମୋଦି, ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମ।କା, ମନ୍ଦିରର କମିଟି ସଦସ୍ୟ ଓ ପୁଜକ ସମୁହ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ବୈଠକରେ ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବିପୁଳ ସଂଖ୍ୟ।ରେ ପୋଲିସ ମୁତୟନ, ପାନୀୟ ଜଳଯୋଗାଣ, ପରିଷ୍କାର ଓ ପରିଛନ୍ନତ। ସୁଚାରୁ ରୂପେ ପାଳନ ଓ ଅଧିକ ସଂଖ୍ୟକ ଡଷ୍ଟବିନ ମୁତୟନ ଓ ବିଦ୍ୟୁତ ସରବରାହ ନିରନ୍ତର ରଖିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଏହି ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରି ସେହି ଟଙ୍କାରେ ଆଗାମୀ ଦିନରେ ନୂତନ ଗୁଣ୍ଡିଚା ମନ୍ଦିର ନିର୍ମାଣ ଓ ନୂତନ ବିଧାୟକ ପାଣ୍ଠିରୁ ୫ଲକ୍ଷ ଟଙ୍କା ଦାନ ଦେଇଥିବା ଟଙ୍କା ରେ ସର୍ବସମ୍ମତି କ୍ରମେ ନୂତନ ଗୁଣ୍ଡିଚା ମନ୍ଦିର କାର୍ଯ୍ୟ ନିର୍ମାଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଥିଲେ । ପୁଜକ ମାନେ ତିନି ଠାକୁରଙ୍କ ପୁରୁଣା ଭାଙ୍ଗିପଡିଥିବା ମୁକୁଟ ଓ ହସ୍ତର ପୁନଃ ନିର୍ମାଣ କରିବାକୁ ନିବେଦନ କରିଥିଲେ ଓ ଉପଜିଲ୍ଲାପାଳ ଆସନ୍ତା ରଥଯାତ୍ରାରେ ଲଗାଯିବ ବୋଲି ବୈଠକରେ ସୂଚନା ଦେଇଥିଲେ ।

Comments are closed.